ସୀମା ଟପିଲା ବର୍ବରତା, ଇଞ୍ଜେକ୍ସନ୍ ଦେଇ ICUରେ ଭର୍ତ୍ତି ମହିଳାଙ୍କୁ କଲେ ଦୁଷ୍କର୍ମ

ଅଲୱର ହସ୍ପିଟାଲରେ ଲଜ୍ଜା । ICUରେ ଭର୍ତ୍ତି ଜଣେ ମହିଳାଙ୍କୁ ଇଞ୍ଜେକ୍ସନ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ରାଜସ୍ଥାନ: ଅଲୱର ହସ୍ପିଟାଲରେ ଲଜ୍ଜା । ICUରେ ଭର୍ତ୍ତି ଜଣେ ମହିଳାଙ୍କୁ ଇଞ୍ଜେକ୍ସନ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ଜଘନ୍ୟ ଅପରାଧ ଘଟିଛି ରାଜସ୍ଥାନ ଅଲୱରର MIA ଶିଳ୍ପାଞ୍ଚଳରେ ଅବସ୍ଥିତ  ESIC ମେଡିକାଲ କଲେଜରେ ।

ମେଡ଼ିକାଲର ICUରେ ପଡ଼ିଥିବା ଜଣେ 32 ବର୍ଷିୟ ମହିଳାଙ୍କୁ ଇଞ୍ଜେକ୍ସନ୍ ଦେଇ ସେଠାକାର ନର୍ସିଂ ଷ୍ଟାଫ୍ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ MIA ଥାନାରେ ମାମଲା ରୁଜୁ ହୋଇଛି । ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରିବା ପରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।

ପୋଲିସ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟ ଅନୁଯାୟୀ, ଜଣେ 32 ବର୍ଷୀୟା ବିବାହିତ ମହିଳାଙ୍କୁ ଚିକିତ୍ସା ପାଇଁ ଏହି ESIC ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜୁନ୍ 4 ତାରିଖ ରାତିରେ ହସ୍ପିଟାଲର ନର୍ସିଂ ଷ୍ଟାଫ୍ ମହିଳାଙ୍କୁ ନିଶା ଇଞ୍ଜେକ୍ସନ ଦେଇଥିଲେ ଏବଂ ପରେ ତାଙ୍କୁ ଦୁଷ୍କର୍ମ କରିଥିଲେ।

ହସ୍ପିଟାଲ ମାମଲାକୁ ଚାପି ଦେଇଥିବା ଅଭିଯୋଗ ହୋଇଛି

ଜୁନ୍ 5 ତାରିଖ ସକାଳେ ପୀଡିତାଙ୍କ ଚେତା ଫେରିବା ପରେ, ସେ ତାଙ୍କ ପରିବାରକୁ ଏହି ସବୁ ବିଷୟରେ ଜଣାଇଥିଲେ। ତେବେ ମେଡିକାଲ କଲେଜ ପ୍ରଶାସନ ସମ୍ପୂର୍ଣ୍ଣ ମାମଲାକୁ ଚପାଇଦେବାକୁ ଚେଷ୍ଟା କରୁଛି ବୋଲି ପୀଡିତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ।

ବେଡ୍ ଚାରିପାଖରେ ପରଦା ଲଗାଇ ଦୁଷ୍କର୍ମ କରାଯାଇଥିଲା

ଅଭିଯୁକ୍ତ ପୀଡିତାଙ୍କୁ ନିଶା ଇଞ୍ଜେକ୍ସନ ଦେଇଥିଲା ଏବଂ ତାଙ୍କ ବିଛଣା ଚାରିପାଖରେ ପରଦା ଲଗାଇ ଏହି ଅପରାଧ କରିଥିବା ଅଭିଯୋଗ ହୋଇଛି ।

ଏହା ଅଭିଯୋଗ ହୋଇଛି ଯେ ହସ୍ପିଟାଲ ପ୍ରଶାସନ ସମ୍ପୂର୍ଣ୍ଣ ମାମଲାକୁ ଚପାଇବାକୁ ଚେଷ୍ଟା କରୁଛି। ପୀଡିତା ଜିଲ୍ଲା ପ୍ରଶାସନ ADM ବିଣା ମହାଭରଙ୍କୁ ଏହି ମାମଲାରେ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ଏହି କ୍ରମରେ, ପୋଲିସ ହସ୍ପିଟାଲରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରୁଛି ।

ହସ୍ପିଟାଲ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛି

ଏହି ସମ୍ପର୍କରେ, ମେଡିକାଲ କଲେଜର ଡିନ୍ ଡାକ୍ତର ଅସୀମ ଦାସ କହିଛନ୍ତି ଯେ, ମାମଲା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଏହାର ତଦନ୍ତ ପାଇଁ ଏକ ଦଳ ଗଠନ କରାଯାଇଛି। ସେହି ଦଳ ଶନିବାର ସୁଦ୍ଧା ତାର ରିପୋର୍ଟ ଦାଖଲ କରିବ। ଏହି ମାମଲାରେ ଯିଏ ଦୋଷୀ ସାବ୍ୟସ୍ତ ହେବ, ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।