ଏଣିକି ଫୋନରେ ଜାଣିହେବ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ, ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍

ଲଞ୍ଚ ହେଲା ନୂଆ ଆପ୍ । ଲକ୍ଷ ଲକ୍ଷ ଭକ୍ତ ଉଠାଇବେ ଫାଇଦା ।

ପୁରୀ : ଏଣିକି ମହାପ୍ରଭୁଙ୍କ ପ୍ରତିଟି ନୀତିକାନ୍ତି ବିଷୟରେ ମିଳିବ ଠିକ୍ ସୂଚନା । ପୁରୀ ମନ୍ଦିର ପ୍ରଶାସନ ପକ୍ଷରୁ ଲଞ୍ଚ ହୋଇଛି ଶ୍ରୀ ଜଗନ୍ନାଥ ଧାମ୍ ମୋବାଇଲ ଆପ୍ ।

ଏହି ଆପ୍ ଜରିଆରେ ଭକ୍ତମାନେ ମନ୍ଦିରର ପ୍ରତିଟି ନୀତି ବିଷୟରେ ନିର୍ଭୁଲ ସୂଚନା ପାଇବେ । ଏ ନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, ଭକ୍ତମାନଙ୍କୁ ଠିକ୍ ସୂଚନା ଦେବାରେ ସାହାଯ୍ୟ କରିବ ଶ୍ରୀ ଜଗନ୍ନାଥ ଧାମ୍ ଆପ୍ ।

ମନ୍ଦିର ଭିତର ନୀତିଠାରୁ ଆରମ୍ଭ କରି ଏହାର ସମୟ , ଧାଡ଼ି ଦର୍ଶର ନିର୍ଘଣ୍ଟ, ମହାପ୍ରସାଦ ବାହାରିବା ସମୟ, ଦାନ ପ୍ରଣାଳୀ ସମ୍ପର୍କରେ ସମସ୍ତ ସୂଚନା ମିଳିବ ବୋଲି କହିଛନ୍ତି, ଜିଲ୍ଲାପାଳ ।

ଦିଘା ଜଗନ୍ନାଥ ଧାମକୁ ନେଇ ଲାଗି ରହିଥିବା ବିବାଦ ଥମୁ ନ ଥିବାବେଳେ ଏହି ଆପ୍ର ଏପରି ନାମକରଣ କରାଯାଇଥିବା ଚର୍ଚ୍ଚା ହେଉଛି । ରଥଯାତ୍ରାକୁ ଦୃଷ୍ଟିରେ ରଖି ଏହି ଆପ ଲଞ୍ଚ କରାଯାଇଥିବାବେଳେ ଯାତ୍ରା ବେଳକୁ ଆହୁରି ଅନେକ ନୂଆ ଫିଚର୍ସ ଏଥିରେ ଯୋଡ଼ି ହେବାର ଯୋଜନା ରହିଛି ।