ରୋଗୀଙ୍କ ମଳଦ୍ବାର କାଟିଦେବା ଘଟଣା, ତଦନ୍ତ କରିବେ ସ୍ବତନ୍ତ୍ର ଡାକ୍ତରୀ ଟିମ୍
ଘରୋଇ ହସ୍ପିଟାଲରେ ରୋଗୀଙ୍କ ମଳଦ୍ବାର କାଟିଦେବା ଘଟଣା । ଘଟଣାର ତଦନ୍ତ କରିବେ ସ୍ବତନ୍ତ୍ର ଡାକ୍ତିରୀ ଟିମ୍ ।
କଟକ: ଘରୋଇ ହସ୍ପିଟାଲରେ ରୋଗୀଙ୍କ ମଳଦ୍ବାର କାଟିଦେବା ଘଟଣା । ଘଟଣାର ତଦନ୍ତ କରିବେ ସ୍ବତନ୍ତ୍ର ଡାକ୍ତିରୀ ଟିମ୍ । ଏପଟେ ଜିଲ୍ଲାପାଳ ଅବଗତ ଥିବା କହିଲେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ । ଚିକିତ୍ସା ସମ୍ପର୍କିତ ଗାଇଡଲାଇନ ପାଳନ ହୋଇଛି କି ନାହିଁ, ତାହା ଯାଞ୍ଚ ହେବ । ଏନେଇ ପୋଲିସ ତଦନ୍ତ କରୁଥିବା କହିଲେ କଟକ ସିଡିଏମଓ ।
ସୂଚନାମୁତାବକ, କଟକ ଜନନୀ ହସ୍ପିଟାଲରେ ଚିକିତ୍ସାବେଳେ ସାଂଘାତିକ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ଅସ୍ତ୍ରୋପଚାର ପରେ ସାଂଘାତିକ ଯନ୍ତ୍ରଣା ଭୋଗୁଛନ୍ତି ମହିଳା । କଟକ ମାହାଙ୍ଗା ଅଂଚଳର ଜଣେ ମହିଳା ରାଣୀହାଟ ଜନନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ସାରି ଘରକୁ ଯିବା ପରେ ପୁଣି ଥରେ ଶରୀରରେ ଯନ୍ତ୍ରଣା ବଢିଥିଲା । ଏନେଇ ରାଜଧାନୀର ଏକ ଘରୋଇ ମେଡିକାଲରେ ସିଟି ସ୍କାନ କରାଇଥିଲେ । ମହିଳାଙ୍କର ମଳ ନଳୀରୁ ୩ ସେଣ୍ଟିମିଟର କାଟିଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଥିଲା ।
ଏନେଇ ମହିଳା ଜଣକ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗରେ ଡାକ୍ତରଙ୍କ ସମେତ 5 ଜଣଙ୍କ ନାଁ ମଧ୍ୟ ଦର୍ଶାଯାଇଛି । ମାମଲା ରୁଜ୍ଜୁ ହେବା ପରେ କଟକ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଏହାସହ ଘଟଣାର ତଦନ୍ତ କରିବେ ସ୍ବତନ୍ତ୍ର ଡାକ୍ତିରୀ ଟିମ୍ ।