ବେଙ୍ଗାଲୁରୁ: ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟଣାକୁ ନେଇ କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ ଆସୋସିଏଶନ(କେଏସସିଏ)ର ସମ୍ପାଦକ ଏ. ଶଙ୍କର ଏବଂ ଟ୍ରେଜରର୍ (କୋଷାଧ୍ୟକ୍ଷ) ଇ.ଏସ୍. ଜୟରାମ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
ଷ୍ଟାଡିୟମ ଦଳାଚକଟା ନେଇ ନିଜକୁ ଦାୟୀ କରି ଦୁହେଁ ଏ ପ୍ରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଗୁରୁବାର ରାତିରେ ଶଙ୍କର ଏବଂ ଜୟରାମ ନିଜର ଇସ୍ତଫା ପତ୍ର କେଏସସିଏ ସଭାପତିିଙ୍କୁ ଦେଇଛନ୍ତି ।
୧୮ ବର୍ଷର ସଂଘର୍ଷ ପରେ ଆଇପିଏଲ୍ ଟ୍ରଫି ଜିତିଥିବା ଆରସିବି ପାଇଁ ପରେଡ୍ ହେବାର ଥିଲା । ଯେଉଁଥିରେ ମାତ୍ରାଧିକ ଲୋକ ସାମିଲ ହୋଇଥିଲେ । ଯାହାଫଳରେ ଲୋକଙ୍କ ଭିତରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି ।
ଗତକାଲି କର୍ଣ୍ଣାଟକ ପୋଲିସ ଆରସିବି ମାର୍କେଟିଂ ହେଡଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି ।