ରାସ୍ତାରେ ଲ୍ଯାଣ୍ଡ କଲା ହେଲିକପ୍ଟର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କେଦାରନାଥରେ ଟଳିଲା ବଡ଼ ଦୁର୍ଘଟଣା । ହାଇୱେରେ ହେଲିକପ୍ଟରର ଜରୁରୀ ଅବତରଣ ।

ଉତ୍ତରାଖଣ୍ଡ: କେଦାରନାଥରେ ଟଳିଲା ବଡ଼ ଦୁର୍ଘଟଣା । ହାଇୱେରେ ହେଲିକପ୍ଟରର ଜରୁରୀ ଅବତରଣ । ରାସ୍ତା ମଝିରେ ଲ୍ୟାଣ୍ଡିଂ କଲା ହେଲିକପ୍ଟର । ରାସ୍ତାର ଉଭୟ ପାର୍ଶ୍ବରେ ଅଟକିଲା ଗାଡ଼ି ମୋଟର ।

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜାତୀୟ ରାଜପଥରେ ଲ୍ୟାଣ୍ଡିଂ କଲା ହେଲିକପ୍ଟର । ହେଲିକପ୍ଟରରେ ପାଇଲଟଙ୍କ ସହ 5 ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ଓ ପାଇଲଟ ସୁରକ୍ଷିତ ଥିବା ସୂଚନା ମିଳିଛି । ତେବେ ଏଯାଏଁ ଅନ୍ୟ କୌଣସି କ୍ଷୟକ୍ଷତି ନେଇ ସୂଚନା ଆସିନାହିଁ ।