ଆମ୍ବତୋଟାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

ରାୟଗଡା: ଆମ୍ବ ତୋଟାରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି ଯୁବକଙ୍କ ମୃତଦେହ। ଏଭଳି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲାର ମୁନିଗୁଡା ଥାନା ଅନ୍ତର୍ଗତ କାଣିଯୋଡି ଗାଁ ଆମ୍ବ ତୋଟାରୁ।

ଦିନକୁ ଦିନ ଏତେ ମାତ୍ରାରେ ଦୁର୍ଘଟଣାର ସଂଖ୍ୟା ବଢି ବଢି ଯାଉଛି ଯେ, ଯାହାକୁ ଆକଳନ କରିବା ସମ୍ଭବପର ନୁହେଁ। କାହାର ଗାଡି ଦୁର୍ଘଟଣାରେ ଜୀବନ ଯାଉଛି ତ କିଏ ନିଜେ ନିଜେ ଆତ୍ମହତ୍ୟା କରିଦେଉଛନ୍ତି।

ଆଉ କିଛି ଘଟଣା ଏପରି ଘଟୁଛି ଯେ, ସେ ଆତ୍ମହତ୍ୟା କି ହତ୍ୟା ତାହା ଜଣାପଡ଼ୁନି। ଅନେକ ଦିନ ଧରି ପୁଲିସ ତଦନ୍ତ କରୁଛି କିନ୍ତୁ ଫଳାଫଳ ଶୂନ। ସେହିପରି ଏହି ଘଟଣା।

ଆମ୍ବ ତୋଟାରେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛି। ମୃତକ ଜଣକ ଚାନ୍ଦିଲି ଥାନା ଥେରୁବାଲି ଗାଁର ସୂଚନା ମିଳୁଥିବାବେଳେ ମୃତ୍ୟୁର କାରଣ କଣ? କିଏ କଲା? କାହିଁକି କଲା? ତାହା ଅସ୍ପଷ୍ଟ। ଯାହାର ତଦନ୍ତ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆରମ୍ଭ କରିଦେଇଛି।