ପୁରୀ: ସରକାରଙ୍କ ବଡ଼ ନିଷ୍ପତ୍ତି। ସବୁଦିନ ପାଇଁ ପୁରୀ ବଡ଼ ଦାଣ୍ଡରେ ବନ୍ଦ ହେବ ମଦ ଏବଂ ଆମିଷ ଦୋକାନ। ପୁରୀ ବଡ଼ଦାଣ୍ଡରେ ଆଉ ବିକ୍ରି ହେଇ ପାରିବନି ମଦ କିମ୍ୱା ଆମିଷ। ଯଦି କେହି ଅମାନିଆ ମଦ କିମ୍ୱା ଆମିଷ ବିକ୍ରି କରନ୍ତି ତାଙ୍କ ଉପରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ।
ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଏଣିକି ଆଉ ପୁରୀ ଶ୍ରୀମନ୍ଦିର ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା। ଶ୍ରୀମନ୍ଦିର ଓ ବଡ଼ଦାଣ୍ଡର ୨ କିମି ପରିଧିରେ ମଦ ବାର୍ ମନା।