fbpx

ଭଦ୍ରକ: ୪୮ ଘଂଟିଆ ସଟଡାଉନରେ ମିଳିବ ଅତ୍ୟାବଶ୍ୟକ ସେବା

ଭଦ୍ରକ,୩୧/୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢି ବଢି ଚାଲିଥିବା ବେଳେ ଏନେଇ ଅଧିକ ସଂକ୍ରମିତ ଅଞ୍ଚଳରେ କଟକଣା ଲାଗୁ କରାଯାଉଛି। ସେହିପରି ଆଜିଠାରୁ ୪୮ ଘଂଟିଆ ସଂପୂର୍ଣ୍ଣ ସଟଡାଉନ୍ ହେବ ଭଦ୍ରକ ଜିଲ୍ଲା । ଆସନ୍ତାକାଲି ସକାଳ ୫ଟାରୁ ୩ ତାରିଖ ସକାଳ ୫ଟା ଯାଏଁ ସଟଡାଉନ୍ । କିନ୍ତୁ ସଟଡାଉନ ବେଳେ ଅତ୍ୟାବଶ୍ୟକ ସେବା ଯୋଗାଇଦେବାକୁ ଅନୁମତି ମିଳିଛି। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

Get real time updates directly on you device, subscribe now.