ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ଘଟିଲେ ମିଳିବ ୧୦ ଲକ୍ଷ, ସହାୟତା ରାଶି ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଢିଲା ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁକାଳୀନ ସହାୟତା ରାଶି

ଭୁବନେଶ୍ୱର: ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁକାଳୀନ ସହାୟତା ରାଶିର ବୃଦ୍ଧି ଘଟିଛି। ପୂର୍ବରୁ ଏହି ସହାୟତା ରାଶି ୬ ଲକ୍ଷ ଟଙ୍କା ଥିଲା। ବର୍ତ୍ତମାନ ଏଥିରେ ୧୦ ଲକ୍ଷ ଟଙ୍କା ବୃଦ୍ଧି ଘଟିଛି।

ଏହି ସହାୟତା ରାଶି ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବନ୍ୟଜନ୍ତୁ ଘର ଭାଙ୍ଗିଲେ ଅନ୍ତ୍ୟୋଦୟ ଘର ବା ସମାନ ଆର୍ଥିକ ରାଶି ମିଳିବ। ରୋଷେଇ ଘର, ଧାନ ରହୁଥିବା ଘର, ଗୁହାଳ ଭାଙ୍ଗିଲେ ୩ ହଜାର ଟଙ୍କା ମିଳିବ।

ଏଥିସହ ପକ୍କା ପାଚେରି ଭାଙ୍ଗିଲେ ମିଟର ପିଛା ୫ ହଜାର, ସର୍ବାଧିକ ୨୫ ହଜାର ଟଙ୍କା ମିଳିବ।