ଅପରେସନ ସିନ୍ଦୂରର ସଫଳତା ପରେ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇଙ୍କୁ ମିଳିଲା ପ୍ରମୋଶନ, ମିଳିଲା ଏହି ପଦବୀ
ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘଇଙ୍କୁ ମିଳିଲା ପ୍ରମୋଶନ
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର ଚଳାଇଥିଲା ଏବଂ ପାକିସ୍ତାନର ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଦେଇଥିଲା।
ଏହାପରେ ପାକିସ୍ତାନ ଡ୍ରୋନ ଆକ୍ରମଣ କରିଥିଲା, କିନ୍ତୁ ଭାରତୀୟ ସେନା ଡ୍ରୋନ ଏବଂ ମିସାଇଲକୁ ବାୟୁରେ ହିଁ ଧ୍ୱଂସ କରିଥିଲା। ଅପରେସନ ସିନ୍ଦୂରର ସଫଳତା ପରେ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇଙ୍କୁ ପ୍ରମୋଶନ ମିଳିଛି।
ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇଙ୍କର ପଦୋନ୍ନତି କରାଯାଇଛି। ଭାରତ ସରକାର ରାଜୀବ ଘାଇଙ୍କୁ ଡେପୁଟି ଚିଫ ଅଫ ଷ୍ଟାଫ ଭାବେ ନିଯୁକ୍ତ କରିଛନ୍ତି।
ଭାରତୀୟ ସେନାର ସମସ୍ତ ପରିଚାଳନା କାର୍ଯ୍ୟକ୍ଷେତ୍ର ସେନାର ଉପ ପ୍ରମୁଖକୁ ରିପୋର୍ଟ କରାଯାଇଛି। ଏଥିସହ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ସୈନ୍ୟ ସଂଚାଳନ ମହାନିର୍ଦ୍ଦେଶକର କାର୍ଯ୍ୟଭାର ସମ୍ଭାଳନ୍ତି।
Lt Gen Rajiv Ghai has been elevated to the office of the Deputy Chief of Army Staff (Strategy). All the operational verticals of the Indian Army report to the Deputy Chief of Army Staff (Security). Lt Gen Ghai will continue to hold the charge of Director General of Military… pic.twitter.com/98pY23176c
— ANI (@ANI) June 9, 2025
ରାଜୀବ ଘାଇଙ୍କ ପଦୋନ୍ନତି ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ସରକାରୀ ବିବୃତ୍ତି ଜାରି କରି ସୂଚନା ଦେଇଛି। ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଭାରତୀୟ ସେନା ଏବଂ ଗୁଇନ୍ଦା ସଂସ୍ଥା ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଉପ-ସେନା ମୁଖ୍ୟ (ରଣନୀତି) ପଦବୀ ସୃଷ୍ଟି କରାଯାଇଛି। ଏହା ଭାରତୀୟ ସେନାର ଗୁରୁତ୍ୱପୂର୍ଣ୍ଣ ପଦବୀ ମଧ୍ୟରୁ ଗୋଟିଏ।