ନୂଆଦିଲ୍ଲୀ: ବଲିଉଡ ଅଭିନେତା ଟାଇଗର ଶ୍ରଫ ନିଜ ଆକ୍ଟିଙ୍ଗରୁ ଅଧିକ ନିଜ ଫିଟନେସ ଏବଂ ପାୱାର ପ୍ୟାକ୍ଡ ମସଲ୍ସ ପାଇଁ ପପୁଲାର। ଟାଇଗରଙ୍କୁ ନିଜ ବଡି ପ୍ଲାଣ୍ଟ କରିବା ଦେଖିବାକୁ ମିଳିଥାଏ। ଏହାକୁ ଦେଖି ଦର୍ଶକ ଫିଦା ହୋଇଯାଆନ୍ତି।
ହେଲେ ଅଭିନେତାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଫ୍ୟାନ୍ସଙ୍କୁ ତାଙ୍କ ବଡ଼ି ପ୍ଲାଣ୍ଟ କରିବା ପସନ୍ଦ ଆସିଲାନି ଏବଂ ବର୍ତ୍ତମାନ ଟାଇଗରଙ୍କୁ ଟ୍ରୋଲ କରାଯାଉଛି।
ଟାଇଗର ଶ୍ରଫ ନିଜର ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ସେୟାର କରିଛି। ଏଥିରେ ଅଭିନେତା କେବଳ ବ୍ଲାକ କଲରର ଅଣ୍ଟରୱେୟାର ପିନ୍ଧି କ୍ରିକେଟ ଖେଳି ଦେଖାଯାଇଥିଲା।
ଭିଡିଓ ସହ କ୍ୟାପ୍ସନରେ ଟାଇଗର ଲେଖିଛନ୍ତି ଯେ, କୌଣସି ଟେକନିକ ନୁହେଁ, କିନ୍ତୁ ବହୁତ ଶକ୍ତି ଅଛି। ଏହି ସମୟରେ ଅକ୍ଷୟ କୁମାର ଏବଂ କୋରିୟୋଗ୍ରାଫର ଗଣେଶ ଆଚାର୍ଯ୍ୟ ମଧ୍ୟ ତାଙ୍କ ସହ କ୍ରିକେଟ ଖେଳୁଥିବାର ନଜର ଆସିଛନ୍ତି।
କ୍ରିକେଟ ଖେଳିବା ଅନ୍ଦାଜର ତାରିଫ କରୁଛନ୍ତି ତ ଅନ୍ୟ କେତେକ ଆକ୍ଟରଙ୍କ ବିନା କପଡ଼ାରେ ଖେଳିବା ପସନ୍ଦ ଆସୁନାହିଁ। ଏତିରେ ନେଟିଜେନ୍ସ ଆକ୍ଟରଙ୍କୁ ଟ୍ରୋଲ କରୁଛନ୍ତି।
View this post on Instagram
ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ଆରେ ସାର ଚଡିରେ କିଏ ଖେଳେ। ଅବ୍ୟଜଣେ କମେଣ୍ଟ କରିଛି ଯେ, ଭାଇ ଗୋଟିଏ ପୋଷାକ ପିନ୍ଧିଛନ୍ତି, ସେଥିରେ ଆମର ୫ଟି ଜୋଡ଼ି କପଡ଼ା ଆସିଯିବ। ଅନ୍ୟଜଣେ ଲେଖିଛନ୍ତି ଯେ, ସେ ସବୁ ଠିକ, ହେଲେ ପୋଷାକରେ ଆପଣଙ୍କୁ ଆଲର୍ଜି ଅଛି କି?