ଗୋଟିଏ ବର୍ଷରେ ହୋଇଯିବେ ଲକ୍ଷପତି, ବର୍ଷକୁ ଲାଭ 30 ଲକ୍ଷରୁ ଅଧିକ

ମାଛ ଚାଷ କରି ଗୋଟିଏ ବର୍ଷରେ ହୋଇପାରିବେ ଲକ୍ଷପତି, ଆପଣାନ୍ତୁ ଏହିସବୁ ପଦ୍ଧତି

ବିହାର: ମାଛ ଚାଷ କରିଦେଇଛି ଲକ୍ଷପତି। ନିଜେ ରୋଜଗାର କରିବା ସହ 50 ରୁ ଅଧିକ ଲୋକଙ୍କ ପରିବାରକୁ ମଧ୍ୟ ରୋଜଗାର କ୍ଷମ କରାଇପାରିଛନ୍ତି ପପ୍ପୁ ଯାଦବ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରାର ଛାପରା ଜିଲ୍ଲାରେ।

ଏଠାରେ ଯୁବ ଚାଷୀମାନେ ଚାଷ ସହିତ ମାଛ ଏବଂ କୁକୁଡ଼ା ଚାଷ କରି ଭଲ ରୋଜଗାର କରୁଛନ୍ତି। କିନ୍ତୁ ପପ୍ପୁ ଯାଦବ ନାମକ ଜଣେ ଚାଷୀ, ସେ ମାଛ ଚାଷ କରି ବର୍ଷକୁ 30 ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିବା ସହ 50ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମଧ୍ୟ ଦେଇଛନ୍ତି।

ପପ୍ପୁ ଯାଦବଙ୍କ ସଫଳତାର କାହାଣୀ: ପପ୍ପୁ ଯାଦବ ହେଉଛନ୍ତି ମାଧୌରା ବ୍ଲକର ଭୁୱାଲପୁର ଗାଁର ବାସିନ୍ଦା। ସେ ଅନ୍ୟମାନଙ୍କ ପାଖରେ କାମ କରି ଏବଂ ଶିଖି ମାଛ ଚାଷ ଆରମ୍ଭ କରିଥିଲେ। ସେ ତାଙ୍କ ଗାଁରେ ଦେଢ଼ ଏକର ଜମିର ଏକ ପୋଖରୀ ଖୋଳି ମାଛ ଚାଷ ଆରମ୍ଭ କରିଥିଲେ। ତା ପରେ ସେ ଯେତେବେଳେ ସେହି ପୋଖରୀରୁ ବହୁତ ଲାଭ ପାଇଲେ ସେତେବେଳେ ସେ ଅଧିକ ପୋଖରୀ ଖୋଳି ଅଧିକ ମାଛ ଚାଷ କଲେ।

ଏବେ ପପୁ ଯାଦବଙ୍କର ପ୍ରତ୍ୟେକ ପୋଖରୀ 1.5 ଏକର ପରିମିତ ବିଶିଷ୍ଟ 4 ଟି ପୋଖରୀ ଅଛି ଏବଂ ସେ ସେଥିରେ 15 ହଜାରରୁ ଅଧିକ ମାଛ ପାଳନ କରିଛନ୍ତି। ଏହି ମାଛଗୁଡ଼ିକ ଗୋଟିଏରୁ ଦେଢ଼ ମାସରେ ଭିତରେ 1 କିଲୋଗ୍ରାମ ଓଜନର ହୋଇଯାଆନ୍ତି ଏବଂ ସେଗୁଡ଼ିକୁ ବିକ୍ରି କରି ଭଲ ରୋଜଗାର କରନ୍ତି।

କେବଳ ସେତିକି ନୁହେଁ ତାଙ୍କ ଠାରୁ ଆଖ ପାଖ ଅଞ୍ଚଳର ଲୋକେ ମାଛ କିଣି ବଜାରରେ ଉଚ୍ଚ ଦରରେ ବିକ୍ରୟ କରି ନିଜ ଜୀବିକା ନିର୍ବାହ କରନ୍ତି।

ମାଛ ଚାଷର ପଦ୍ଧତି: ପପ୍ପୁ ଯାଦବଙ୍କ କହିବା ଅନୁସାରେ, ସେ ଏହି ଚାଷ ପାଇଁ 10ଟି ଡ୍ୟାମ୍ ତିଆରି କରିଛନ୍ତି, ଯେଉଁଥିରେ ସେ ପ୍ରଥମେ ଯାଆଁଳ ଛାଡ଼ନ୍ତି। ସେଠାରେ ଯାଆଁଳମାନେ ଯେତେବେଳେ 4-5 ଇଞ୍ଚ ପର୍ଯ୍ୟନ୍ତ ବଢ଼ିଥାନ୍ତି, ତା ପରେ ସେମାନଙ୍କୁ ନେଇ ପୋଖରୀରେ ଛାଡିଦିଆଯାଏ। ଏହିପରି କରିବା ଦ୍ୱାରା ମାଛର ମୃତ୍ୟୁ ଘଟେ ନାହିଁ ଏବଂ ଏହା ବହୁତ ଜଲ୍ଦି ବଢି଼ଥାନ୍ତି।

କେଉଁଠାରୁ ସେ ଏହା ଶିଖିଲେ? ପପ୍ପୁ ଯାଦବ କହିଛନ୍ତି ଯେ, ସେ ୟୁପି ଏବଂ ବଙ୍ଗଳା ଯାଇ ଏହି ଚାଷ ଶିଖିଥିଲେ। ତା ପରେ ସେ ନିଜ ଗାଁକୁ ଆସି ନିଜେ ମାଛ ଚାଷ କରିବା ଆରମ୍ଭ କରିଦେଲେ। ଆଉ ଆଜି ସେହି ମାଛ ଚାଷରୁ ବିପୁଳ ଲାଭ ପାଉଛନ୍ତି।