ଅହମଦାବାଦ ବିମାନ ଦୁର୍ଘଟଣା: ବର୍ତ୍ତି ଯାଇଥିବା ରମେଶଙ୍କ ଲୋମଟାଙ୍କୁରା କାହାଣୀ
ସାରା ଦେଶକୁ ସ୍ତବ୍ଧ କରିଛି ଅହମ୍ମଦାବାଦର ଭୟାବହ ବିମାନ ଦୁର୍ଘଟଣା । ସେପଟେ ବର୍ତ୍ତି ଯାଇଥିବା ଯାତ୍ରୀ ରମେଶ ବିଶ୍ବସ, ବିମାନରୁ ତଳକୁ ଡେଇଁ ନାହାନ୍ତି ବୋଲି ଜାତୀୟ ଗଣମାଧ୍ୟମଙ୍କୁ କହିଛନ୍ତି ।
ନୂଆଦିଲ୍ଲୀ: ସାରା ଦେଶକୁ ସ୍ତବ୍ଧ କରିଛି ଅହମ୍ମଦାବାଦର ଭୟାବହ ବିମାନ ଦୁର୍ଘଟଣା । ତେବେ ବର୍ତ୍ତି ଯାଇଥିବା ଯାତ୍ରୀଙ୍କ ନାଁ ରମେଶ ବିଶ୍ୱାସ କୁମାର ବଚୁରୱାଡ଼ା । ତାଙ୍କୁ ସିଟ୍ ନଂ 11Aରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ତାଙ୍କ ଦେହରେ ସାମାନ୍ୟ ଆଘାତ ଲାଗିଛି । ଉଦ୍ଧାର ପରେ ସେ ନିଜେ ଚାଲି ଚାଲି ଦୁର୍ଘଟଣାସ୍ଥଳରୁ ବାହାରିଥିଲେ । ରାସ୍ତାରେ ତାଙ୍କୁ ଦେଖି ସଭିଏଁ ଚକିତ ହୋଇଯାଇଥିଲେ ।
ସେପଟେ ବର୍ତ୍ତି ଯାଇଥିବା ଯାତ୍ରୀ ରମେଶ ବିଶ୍ବସ, ବିମାନରୁ ତଳକୁ ଡେଇଁ ନାହାନ୍ତି ବୋଲି ଜାତୀୟ ଗଣମାଧ୍ୟମଙ୍କୁ କହିଛନ୍ତି । ସେ କହିଛନ୍ତି ଯେ, “ମୁଁ ବିମାନ ବାହାରକୁ ସିଟ ସହ ଚାଲି ଆସିଲି । କଣ ଘଟିଲା ହଠାତ କିଛି ବୁଝିପାରିଲିନି । ଦୁର୍ଘଟଣାରୁ କେମିତି ବର୍ତ୍ତିଲି ଜାଣି ନାହିଁ”। କ୍ରାସ୍ ପୂର୍ବରୁ ବିମାନର ବେଗ ବଢିଯାଇଥିଲା । ବିମାନର ଜରୁରୀକାଳୀନ ଦ୍ବାର ଭାଙ୍ଗିଯାଇଥିଲା । ବିମାନର ଲାଇଟ ହଠାତ୍ ବନ୍ଦ ହୋଇଗଲା ବୋଲି କହିଛନ୍ତି ରମେଶ ବିଶ୍ବସ ।
ପ୍ରକାଶଥାଉକି, ମଙ୍ଗଳବାର ଅପରାହ୍ନରେ ଏୟାର ଇଣ୍ଡିଆର ବିମାନ- ବୋଇଂ 787-8 ଉଡ଼ାଣ ଭରିବାର ମାତ୍ର 5 ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଜନବସତିପୂର୍ଣ୍ଣ ମେଘାନୀ ଅଞ୍ଚଳରେ ଥିବା ଏକ ମେଡିକାଲ କଲେଜ ହଷ୍ଟେଲ ଓ ଏହା ସଂଲଗ୍ନ ପରିସରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କୁ ଛାଡ଼ିଦେଲେ ଆଉ କୌଣସି ଯାତ୍ରୀ ବଞ୍ଚିଥିବାର ସମ୍ଭାବନା ନ ଥିବା କହିଛନ୍ତି ଅହମ୍ମଦାବାଦ ପୋଲିସ କମିସନର ।