ଇସ୍ରାଏଲର ବଡ଼ ଧରଣର ଏୟାର ଷ୍ଟ୍ରାଇକ୍, ଇରାନର 3 ସେନାମୁଖ୍ୟଙ୍କ ମୃତ୍ୟୁ !
ଇରାନ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କଲା ଇସ୍ରାଏଲ । 200 ରୁ ଅଧିକ ଲଢୁଆ ବିମାନ ଦ୍ବାରା ଆକ୍ରମଣ ।
ନୂଆଦିଲ୍ଲୀ: ଇସ୍ରାଏଲର ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ । ଇରାନ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କଲା ଇସ୍ରାଏଲ । 200 ରୁ ଅଧିକ ଲଢୁଆ ବିମାନ ଦ୍ବାରା ଆକ୍ରମଣ । ଇରାନର 3 ସେନାମୁଖ୍ୟଙ୍କ ମୃତ୍ୟୁ ଦାବି କଲା ଇସ୍ରାଏଲ୍ । ଇରାନର ସଶସ୍ତ୍ର ବାହିନୀର ମୁଖ୍ୟ, IRGC ର କମାଣ୍ଡର ମୃତ । ଇରାନର ଜରୁରୀକାଳୀନ କମାଣ୍ଡର ମୃତ୍ୟୁ ଦାବି କଲା ଇସ୍ରାଏଲ ।
ତେବେ ଇରାନର ରାଜଧାନୀ ତେହେରାନ ନିକଟବର୍ତୀ ଅଞ୍ଚଳରେ ସାମରିକ ଆକ୍ରମଣ ଆରମ୍ଭ କରିଛି ଇସ୍ରାଏଲ । ଏହି ଆକ୍ରମଣ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଏହାର ପ୍ରମୁଖ ବୈଜ୍ଞାନିକମାନଙ୍କୁ ଟାର୍ଗେଟ କରାଯାଇ କରାଯାଇଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇଆନ କାଟଜ୍ କହିଛନ୍ତି, ଇରାନରୁ ପ୍ରତିଶୋଧମୂଳକ ମିସାଇଲ ଓ ଡ୍ରୋନ ଆକ୍ରମଣର ଆଶଙ୍କା ରହିଛି । ଏହି ଆକ୍ରମଣ ପରେ ଇସ୍ରାଏଲରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ଅପରେସନ ରାଇଜିଂ ଲାୟନ ଇରାନର ପରମାଣୁ ବିପଦକୁ ରୋକିବା ପାଇଁ ଆରମ୍ଭ ହୋଇଛି । ଇସ୍ରାଏଲର ଆକ୍ରମଣ ଇରାନର ମୁଖ୍ୟ ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରିଛି । ଅନ୍ୟପଟେ ଇସ୍ରାଏଲର ଆକ୍ରମଣରେ ଇରାନର ଶକ୍ତିଶାଳୀ ରେଭୋଲ୍ୟୁସନାରୀ ଗାର୍ଡସ୍ ମୁଖ୍ୟ ହୋସେନ ସାଲାମୀ ନିହତ ହୋଇଥିବା ସ୍ଥାନୀୟ ମିଡିଆ ରିପୋର୍ଟ କରିଛି । ମେଜର ଜେନେରାଲ ହୋସେନ ସାଲାମୀ, ଇସଲାମିକ ରେଭୋଲ୍ୟୁସନାରୀ ଗାର୍ଡ କର୍ପସ୍ର ମୁଖ୍ୟ, ଆଇଆରଜିସି ମୁଖ୍ୟାଳୟ ଉପରେ ଆକ୍ରମଣରେ ମୃତ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ।