ସିଙ୍ଗିଲ ୱିଣ୍ଡୋରେ 17 ପ୍ରକଳ୍ପକୁ ମଞ୍ଜୁରୀ; 3,878 କୋଟିର ହେବ ପୁଞ୍ଜି ନିବେଶ
ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସରେ 17 ପ୍ରକଳ୍ପକୁ ଅନୁମୋଦନ । ରାଜ୍ୟରେ 3878.86 କୋଟିର ପୁଞ୍ଜି ନିବେଶକୁ ମିଳିଲା ମଞ୍ଜୁରୀ ।
ଭୁବନେଶ୍ବର: ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସରେ 17 ପ୍ରକଳ୍ପକୁ ଅନୁମୋଦନ । ରାଜ୍ୟରେ 3878.86 କୋଟିର ପୁଞ୍ଜି ନିବେଶକୁ ମିଳିଲା ମଞ୍ଜୁରୀ । 11 ଟି ଜିଲ୍ଲାରେ 17 ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଛି। ଫଳରେ 11 ଟି ଜିଲ୍ଲାରେ 10 ହଜାର 584 ନିଯୁକ୍ତି ସୃଷ୍ଟି ହେବ ।
ପ୍ଲାଷ୍ଟିକ, ଟେକ୍ସଟାଇଲ, ପର୍ଯ୍ୟଟନ କ୍ଷେତ୍ରରେ ହେବ ପୁଞ୍ଜି ନିବେଶ । ଏହାଦ୍ବାରା 10,584 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ ।