ଶୁଦ୍ଧିକ୍ରିୟା ଭୋଜି ଖାଇ ୬୪ ଅସୁସ୍ଥ

ବରଗଡ଼,୧୪ା୬: ବରଗଡ଼ ଜିଲା ପାଇକମାଳ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି । ଫଳରେ ୬୪ ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୧୭ ଜଣଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନରେ କୁଆପାଲି ଗ୍ରାମର ଜନୈକ ବୃଦ୍ଧାଙ୍କ ବିୟୋଗରେ ଶ୍ରାଦ୍ଧ ଭୋଜିର ଆୟୋଜନ କରାଯାଇଥିଲା । ଏଥିରେ ଗ୍ରାମବାସୀ ଯୋଗ ଦେଇ ଭୋଜି ଖାଇଥିଲେ । ମାତ୍ର ସନ୍ଧ୍ୟା ସମୟକୁ କିଛି ଲୋକଙ୍କର ଝାଡ଼ାବାନ୍ତି ହୋଇଥିଲା । ତେବେ ରାତିରେ ୧୭ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ ପଦ୍ମପୁର ହସ୍ପିଟାଲ ପଠାଯାଇଥିଲା ।

ଅନ୍ୟପକ୍ଷରେ ଗାଁରେ ସ୍ୱାସ୍ଥ୍ୟ ଟିମ୍ ପହଞ୍ଚିଛି ।