କଟକ ଓ କେନ୍ଦ୍ରାପଡ଼ାକୁ ବ୍ୟାପିଲାଣି ଡାଇରିଆ: କେନ୍ଦ୍ରାପଡ଼ାରେ ଜଣଙ୍କ ମୃତ୍ୟୁ ସୂଚନା

ଯାଜପୁର ପରେ ଏବେ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପିଥିବା ଅଭିଯୋଗ ହୋଇଛି ।  ଝାଡ଼ାବାନ୍ତିରେ ଜଣକର ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଉଛି ।

କେନ୍ଦ୍ରାପଡ଼ା: ବ୍ୟାପୁଛି ଡାଇରିଆ । ଯାଜପୁର ପରେ ଏବେ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପିଥିବା ଅଭିଯୋଗ ହୋଇଛି ।  ଝାଡ଼ାବାନ୍ତିରେ ଜଣକର ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଉଛି । ମୃତକ କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଏଣ୍ଡର ପଞ୍ଚାୟତର ଶ୍ୟାମସୁନ୍ଦର ପୁରର ସଜନୀ ମଲ୍ଲିକ । ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ସେ ଗତକାଲି ଛତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ ।

ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ।  ସେଠାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟ ହୋଇଛି । ତାଙ୍କ ସାନ ପୁଅ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

ସେହିପରି କଟକ ଜିଲ୍ଲାକୁ ବ୍ୟାପିଛି ଡାଇରିଆ । ବାଙ୍କୀ ଘୋଳପୁର ଗାଁରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ଗାଁରେ 50ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ।  13 ଜଣ ଆକ୍ରାନ୍ତ କଟକ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। 30ରୁ ଅଧିକ ଆକ୍ରାନ୍ତଙ୍କୁ ଗାଁରେ ଚିକିତ୍ସା ଚାଲିଛି। ଆଜିଠୁ ଘୋଳପୁର ଗାଁରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଛି। ପରୀକ୍ଷା ପାଇଁ ଯାଇଥିବା ପାଣି ନମୁନା ରିପୋର୍ଟ ଆଜି ଆସିପାରେ।