ଭୁବନେଶ୍ୱର: ରୋଗୀ ଅଣିବାକୁ ଯାଇଥିବା ଆମ୍ବୁଲାନ୍ସ ବା ୧୦୮ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆନନ୍ଦପୁର ଟୁକୁଣା ରାସ୍ତାରେ ଏହି ୧୦୮ ଓଲଟିପଡ଼ିଛି। ଏଥିରେ ଥିବା ଡ୍ରାଇଭର, ଫାର୍ମାସିଷ୍ଟ ଆହତ ହୋଇଥିବା ଜଣାପଡ଼ିଛି। ଏମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ଏଭଳି ଏକ ଘଟଣା ମେ’ 24, 2025ରେ ଘଟିଥିଲା । ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟ ମୃତ, ଦୁଇ ଆହତ ହୋଇଥିଲେ। ଏହା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥର ରଥିଆ ନିକଟରେ ଅଘଟଣ ଘଟିଥିଲା। ରୋଗୀ ଛାଡି ଫେରୁଥିବା ଆମ୍ବୁଲାନ୍ସଟି ଦୁର୍ଘଟଣା ଗ୍ରସ୍ତ ହୋଇଯାଇଥିଲା।
ଦୁର୍ଘଟଣାରେ ଗାଡିର ଆଗ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ ଆଟେଣ୍ଡାଣ୍ଟ ବଉଲାଙ୍ଗ ମଧୁପୁର ଅଞ୍ଚଳର ଅଚ୍ୟୁତାନନ୍ଦ ବାରିକଙ୍କ ମୃତ୍ୟୁ ହୋଇଥିଲା। ଆହତଙ୍କୁ ପ୍ରଥମେ ଧର୍ମଶାଳା ଓ ପରେ କଟକ ମେଡିକାଲ ପଠାଯାଇଥିଲା।