ଓଡ଼ିଶା ସମେତ ଏହି ୫ ରାଜ୍ୟରେ ପ୍ରବଳ ଛେଚିବ, ପାଣିପାଗ ବିଭାଗ ଜାରି କଲା ରେଡ୍ ଆଲର୍ଟ

୫ଟି ରାଜ୍ୟରେ ପ୍ରବଳ ବର୍ଷିବ, ରେଡ୍ ଆଲର୍ଟ ଜାରି

ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହି ୫ଟି ରାଜ୍ୟ ହେଲେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆସାମ ଓ ମେଘାଳୟକୁ ଚେତାବନୀ ଜାରି କରାଯାଇଛି। ପ୍ରବଳ ବୃଷ୍ଟିପାତ ନେଇ ପାଣିପାଗ ବିଭାଗର ସତର୍କତା ଜାରି କରାଯାଇଛି।

ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ। ଘନୀଭୂତ ହୋଇ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପଶ୍ଚିମଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହ ଘନୀଭୂତ ହୋଇଛି।

ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଲଘୁଚାପ ସକ୍ରିୟ ରହିଛି ।

ଲଘୁଚାପ ସକ୍ରିୟ- ଗୋଟିଏ ପଟେ ଲଘୁଚାପ ସକ୍ରିୟ ରହିଥିବା ବେଳେ ଅନ୍ୟପଟେ ମୌସୁମୀ ମଧ୍ୟ ଆଗେଇ ଚାଲିଛି । ଫଳରେ ରାଜ୍ୟରେ କିଛି ଦିନ ହେବ ବର୍ଷା ଲାଗି ରହିଛି ।

ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଜି ଏବଂ କାଲି ବର୍ଷା ଲାଗି ରହିବ । କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ହୋଇପାରେ ।

୩ ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ: ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ୩ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଭଦ୍ରକ, ପୁରୀ, ଜଗତସିଂହପୁର, ମୟୂରଭଞ୍ଜ ଜିଲ୍ଲାକୁ ଆଲର୍ଟ ହୋଇଛି। ଏଥିସହ କେନ୍ଦୁଝର, ସୁନ୍ଦରଗଡ଼, କେନ୍ଦ୍ରାପଡ଼ାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।