Emotional Video: ସ୍ତ୍ରୀଙ୍କୁ ଗହଣାଦେବା ପାଇଁ ସହର ଆସିଥିଲେ ୯୩ ବର୍ଷର ଜେଜେ, ପାଖରେ ଥିଲା ମାତ୍ର ୧୧ ଶହ ଟଙ୍କା, ପରେ ଦୋକାନୀ ଯାହା କଲେ..

ଭିଡିଓ ଦେଖି ହୋଇଯିବେ ଇମୋସନାଲ, ୯୩ ବର୍ଷୀୟ ଜେଜେ ତାଙ୍କ ସ୍ତ୍ରୀ ଗହଣା ଦେବାକୁ ଆଣିଥିଲେ ବଜାର, ଦେଖନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି, କିଛି ଭିଡିଓ ଏପରି ଅଛି ଯାହା ଆମକୁ ଇମୋସନାଲ କରାଇଦିଏ। ଏମିତି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି, ଯାହାକୁ ଆପଣ ଦେଖିଲେ, ହୋଇଯିବେ ଇମୋସନାଲ।

ଏଥିରେ ଜଣେ ୯୩ ବର୍ଷୀୟ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଗହଣା ଦେବା ଲାଗି ସ୍ତ୍ରୀଙ୍କୁ ଧରି ସହର ଆସିଛନ୍ତି। କିନ୍ତୁ ଗହଣା ଦୋକାନୀ ଯାହା କରିଛନ୍ତି ଆପଣ ଦେଖିଲେ ଖୁସି ହୋଇଯିବେ।

ଭାଇରାଲ ଭିଡିଓରେ ଆପଣ ଦେଖିପାରୁଥିବେ ଯେ, ଜଣେ ୯୩ ବର୍ଷୀୟ ଜେଜେ ଏବଂ ତାଙ୍କ ସ୍ତ୍ରୀ ସୁନା ଦୋକାନକୁ ଗହଣା କିଣିବାକୁ ଆସିଛନ୍ତି। ସେଠାରେ ଜେଜେ କହିଛନ୍ତି ଯେ, ନିଜ ସ୍ତ୍ରୀ ପାଇଁ ହାର କିଣିବାକୁ ଚାହୁଁଛନ୍ତି।

ଏହାପରେ ଦୋକାନୀ ପଚାରୁଛନ୍ତି ଯେ, ବାବା ଆପଣ କେତେ ଟଙ୍କା ନେଇ ଆସିଛନ୍ତି। ସେତେବେଳେ ଜେଜେ କହୁଛନ୍ତି ଯେ, ୧,୧୦୦ ଟଙ୍କା।

ଏହାକୁ ନେଇ ଦୋକାନୀ ଏହି ସବୁ ଟଙ୍କା ନେବାକୁ ମନାକରିଛନ୍ତି ଏବଂ ସେମାନଙ୍କୁ ଗହଣା ବି ଦେଇଛନ୍ତି। ଏହାପରେ ବି ଜେଜେ ଟଙ୍କା ନେବାକୁ କହିଛନ୍ତି ଦୋକାନୀଙ୍କୁ। ହେଲେ ଦୋକାନୀ ଟଙ୍କା ନେବାକୁ ମନା କରିଛନ୍ତି ଏବଂ କହିଛନ୍ତି ଯେ, ଭଗବାନ ଏବଂ ଆପଣଙ୍କ ଆଶୀର୍ବାଦ ଆମ ଉପରେ ରହୁ।

ଦୋକାନୀଙ୍କ ଏପରି କାର୍ଯ୍ୟ ସମସ୍ତଙ୍କ ମନ ଜିତିନେଇଛି। ଏହି ଭିଡିଓକୁ ସୋସିଆଲ ମିଡିଆରେ @Gopika_jewellery ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି। ଏଥିସହ ଅନେକ ଇମୋସନାଲ କମେଣ୍ଟ ଦେବାରେ ଲାଗିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଗହଣା ନେବା ପରେ ବୁଢା ଜେଜେ ଏବଂ ତାଙ୍କ ସ୍ତ୍ରୀ ଖୁସି ହୋଇ କାନ୍ଦିବାକୁ ଲାଗିଛନ୍ତି।