ଭୁବନେଶ୍ୱର: ସେକେଣ୍ଡ ଟ୍ରାନ୍ସମିଶନ ଷ୍ଟେଜରେ ଝାଡ଼ାବାନ୍ତି । ଏମ୍ସ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ ଦେଇଛନ୍ତି ଏହି ସୂଚନା ।
ଜଳବାହିତ ଜୀବାଣୁଚ ଏବେ ମଣିଷଙ୍କୁ ସଂକ୍ରମିତ କରୁଛି । ଯାଜପୁରରୁ ଆରମ୍ଭ ହୋଇ ଅନ୍ୟ ଜିଲ୍ଲାକୁ ବ୍ୟାପିଲାଣି ଝାଡ଼ାବାନ୍ତି ରୋଗ ।
ବର୍ତ୍ତମାନ ୭ରୁ ଅଧିକ ଜିଲ୍ଳାରେ ଝାଡ଼ାବାନ୍ତି ରୋଗୀ ଦେଖିବାକୁ ମିଳିଲେଣି । ଅନେକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ହଇଜା ରୋଗକୁ ଦୂର କରିବା ପାଇଁ ବାହାର ଖାଦ୍ୟ ଖାଇବା ବନ୍ଦ କରିବା ଜରୁରୀ । ସବୁବେଳେ ଫୁଟା ପାଣି ପିଇବା ଆବଶ୍ୟକ ।