ନବଙ୍କ ସହଯୋଗୀ କୋଇଲା ବ୍ୟବସାୟୀ ସଞ୍ଜୟ ନନ୍ଦଙ୍କ ଘରେ ରେଡ୍

ସୁନ୍ଦରଗଡ଼ରେ ନବଙ୍କ ସହଯୋଗୀଙ୍କ ଘରେ ବି ଚଢାଉ । ନବ ଦାସଙ୍କ ସହଯୋଗୀ ସଞ୍ଜୟ ନନ୍ଦଙ୍କ ଘରେ ରେଡ଼ କଲା ଆୟକର ବିଭାଗ ।

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ନବଙ୍କ ସହଯୋଗୀଙ୍କ ଘରେ ବି ଚଢାଉ । ନବ ଦାସଙ୍କ ସହଯୋଗୀ ସଞ୍ଜୟ ନନ୍ଦଙ୍କ ଘରେ ରେଡ଼ କଲା ଆୟକର ବିଭାଗ । ସଂଜୟଙ୍କ ପରିବହନ ଅଫିସରେ ବି ଚଢାଉ କଲା ଭିଜିଲାନ୍ସ । ସଞ୍ଜୟ ନନ୍ଦ ହେଉଛନ୍ତି ନବ ଦାସଙ୍କ ବ୍ୟବସାୟିକ ସହଯୋଗୀ । ଏହା ସହ ସୁନ୍ଦରଗଡ଼ର କୋଇଲା ବ୍ୟବସାୟୀ ବି ହେଉଛନ୍ତି ସଞ୍ଜୟ ନନ୍ଦ ।

ପ୍ରକାଶଥାଉକି, ଆଜି ସକାଳେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଘରେ IT ରେଡ୍ କରିଥିଲା । 20ରୁ ଅଧିକ ସ୍ଥାନରେ ଆୟକର ବିଭାଗ ଚଢାଉ କରିଥିଲା । ଆୟକର ଫାଙ୍କିବା ଅଭିଯୋଗରେ ଚଢାଉ ହୋଇଥିବା କୁହାଯାଉଛି । ତେବେ ସମ୍ବଲପୁର, ଝାରସୁଗୁଡ଼ା, ଭୁବନେଶ୍ବର ସ୍ଥିତ ଘରେ IT ରେଡ୍ କରିଛି । 3ଟି ଅଫିସ ବନ୍ଦ ରହିଥିବା ବେଳେ ଦୀପାଳି ପୁରୀରୁ ଫେରିଲେ ଅଫିସରେ ଚଢାଉ କରାଯିବ ବୋଲି ସୂଚନା ମିଳିଛି ।

ଗତ କିଛି ମାସ ତଳେ ନବ ଦାସଙ୍କ ଭାଇଙ୍କ ଘରେ ଓ ଅଫିସରେ ଆଇଟି ରେଡ ହୋଇଥିଲା । ଓଡ଼ିଶା ରାଜନୀତିରେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ ନବ ଦାସ । ପ୍ରଭାବଶାଳୀ ନେତା ଭବେ ପଶ୍ଚିମଓଡ଼ିଶାରେ ସେ ବେଶ ଜଣାଶୁଣା ଥିଲେ । ନବ ଦାସଙ୍କ ଦେହାନ୍ତ ପରେ ଦୀପାଳୀ ଦାସ ତାଙ୍କ ସ୍ଥାନ ନେଇଥିଲେ ।