ଇନଷ୍ଟାଗ୍ରାମରେ ପ୍ରେମ-ଦୁଷ୍କର୍ମ-ଜବରଦସ୍ତି ଗର୍ଭପାତ, ପରେ ମହିଳାଙ୍କୁ ବ୍ଲାକମେଲିଂ

ପ୍ରଥମେ ଇନଷ୍ଟାଗ୍ରାମରେ ପ୍ରେମ, ଭେଟିବାକୁ ଡାକି ଦୁଷ୍କର୍ମ, ପରେ ଗର୍ଭବତୀ ପାଇଁ ଜବରଦସ୍ତି କରାଇଲେ ଗର୍ଭପାତ, ଏତିକିରେ ମନ ବୁଝିଲାନି ପରେ ବ୍ଲାକମେଲିଂ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇ ଯୁବକ ଜଣେ ମହିଳାଙ୍କ ସହ ଇନଷ୍ଟାଗ୍ରାମରେ ସାଙ୍ଗହେଲେ ପରେ ଏହି ମହିଳାଙ୍କୁ ଧୋକା ଦେଲେ। ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି ଏବଂ ନ୍ୟାୟ ପାଇଁ ଦାବି କରିଛନ୍ତି।

ଏମିତି ମହିଳାଙ୍କୁ ଫସାଇଲେ ଯୁବକ: ଏହି ମହିଳାଙ୍କ କହିବାନୁଯାୟୀ, ରାହୁଲ ଏବଂ ଫହୀମ ନାମକ ଦୁଇ ଯୁବକ ମହିଳାଙ୍କୁ ଇନଷ୍ଟାଗ୍ରାମରେ ସାଙ୍ଗ କରିଥିଲେ। ଏହାପରେ ମେସେଜରେ କଥା ଚାଲିଥିଲା। ହେଲେ ହଠାତ୍ ଦିନେ ଜଣେ ମହିଳା ପୀଡ଼ିତାଙ୍କୁ ତାଙ୍କ ଘରକୁ ପାମ୍ପଡ ତିଆରି କରିବା ପାଇଁ ଡକାଇଥିଲେ।

କିନ୍ତୁ ପୂର୍ବରୁ ସେଠାରେ ରାହୁଲ ଏବଂ ଫହୀମ ଥିଲେ। ସେଠାରେ ଏମାନେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ଏହାର ଭିଡିଓ ମଧ୍ୟ କରିଥିଲେ। ଏହାପରେ ଧମକ ଦେଇଥିଲେ ଯେ, ସେ ଯଦି ଏହି କଥା କାହାକୁ କୁହନ୍ତି ତେବେ ସେ ମହିଳାଙ୍କ ପରିବାର ଲୋକଙ୍କୁ ମାରିଦେବେ।

ମିଳିଥିବା ସୂଚନା ମୁତାବକ, ପୀଡ଼ିତାଙ୍କ ସହ ଏହି ଦୁଇ ଯୁବକ ବାରମ୍ବାର ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରିଥିଲେ। ଏହି ସବୁ ପରେ ମହିଳା ଜଣକ ଗର୍ଭବତୀ ହୋଇଯାଇଥିଲେ।

ଏହାପରେ ଜୋରଜବରଦସ୍ତି ଏହି ଯୁବକ ମହିଳାଙ୍କୁ ଗର୍ଭପାତ ମେଡିସିନ ଖୁଆଇଥିଲେ। ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ଘର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଡାକ୍ତର ଅପରେସନ କରି ତାଙ୍କ ଭ୍ରୁଣ ବାହାର କରିଥିଲେ ଏବଂ ସେହିଠାରେ ସମସ୍ତ ଘଟଣାର ଖୁଲାସା ଘଟିଥିଲା।

ଏହାପରେ ମହିଳାଜଣକ ଫାଶୀ ଦେବାକୁ ପ୍ରୟାସ କରିଥିଲେ। ଏହି ସମୟରେ ତାଙ୍କ ସାନ ଭଉଣୀ ଦେଖି ତାଙ୍କୁ ଅଟକାଇଥିଲେ। ଏହାପରେ ମହିଳା ଜଣକ ସମସ୍ତ ଘଟଣା ବିଷୟରେ ପରିବାର ଲୋକଙ୍କୁ କହିଥିଲେ। ବର୍ତ୍ତମାନ ସେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି।