ଭୁବନେଶ୍ୱର ଶ୍ୟାମପୁରରେ ବୋମାମାଡ଼, ଜଳିଗଲା ଏକାଧିକ ଗାଡ଼ି
ଭୁବନେଶ୍ବର ଶ୍ୟାମପୁରରେ ବୋମାମାଡ଼ । ସେଲ୍ଫ ଡ୍ରାଇଭ୍ କାର ସୋରୁମ୍ ଉପରେ ବୋମା ମାଡ଼ କଲେ ଦୁର୍ବୃତ୍ତ ।
ଭୁବନେଶ୍ବର: ଶ୍ୟାମପୁରରେ ବୋମାମାଡ଼ । ସେଲ୍ଫ ଡ୍ରାଇଭ୍ କାର ସୋରୁମ୍ ଉପରେ ବୋମା ମାଡ଼ କଲେ ଦୁର୍ବୃତ୍ତ । ସ୍କର୍ପିଓରେ ଆସି ବୋମାମାଡ଼ କରି ଦୁର୍ବୃତ୍ତ ଚମ୍ପଟ । 10 ରୁ 12 ଜଣ ଆସି 5 ଟି ବୋମା ଫିଙ୍ଗିଥିବା ଅଭିଯୋଗ ଆଣିଛନ୍ତି ସୋ ରୁମ ମାଲିକ ।
ସିସିଟିଭିରେ ରହିଛି ବୋମା ମାଡ଼ର ଲାଇଭ୍ ଦୃଶ୍ୟ । ଗତ ରାତି 10ଟା 10 ମିନିଟରେ ଘଟିଛି ଏହି ଘଟଣା। ତେବେ ଏଥିରେ ଏକାଧିକ ଗାଡ଼ି ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ କରୁଛି ।