ଜୁନ ୨୪ ତାରିଖ ଯାଏଁ ବନ୍ଦ ରହିବ ସ୍କୁଲ, ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି

ଏତିକି ତାରିଖ ଯାଏଁ ସ୍କୁଲ ଛୁଟି

ଭୁବନେଶ୍ୱର: ସ୍କୁଲ ଛୁଟିକୁ ନେଇ ବଡ଼ ଘୋଷଣା। ଜୁନ ୨୪ ତାରିଖ ଯାଏଁ ବନ୍ଦ ରହିବ ସମସ୍ତ ସ୍କୁଲ। ରାଜ୍ୟରେ ବ୍ୟାପିଛି ଡାଇରିଆ। ଏଥିରେ ଅନେକ ଲୋକଙ୍କ ପ୍ରାଣହାନି ମଧ୍ୟ ଘଟିଛି। ତେବେ ଏହି ଡାଇରିଆ ଏପର୍ଯ୍ୟନ୍ତ ଥମିବାର ନାଁ ନେଇନି।

ଏହାକୁ ଦୃଷ୍ଟିରେ ରଖି ଯାଜପୁରରେ ୨୪ ତାରିଖ ଯାଏଁ ସ୍କୁଲ ଛୁଟି ରଖାଯାଇଛି। ଜିଲ୍ଲାରେ ଡାଇରିଆ ସ୍ଥିତିକୁ ନଜରରେ ରଖି ନିଷ୍ପତ୍ତି ନିଆଯାଇଛି। ସଂକ୍ରମଣ ପୁରା କମିବା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି।

ଡାଇରିଆ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ ଆଜି ଜାରି କରିଥିଲେ। ୩ ଜିଲ୍ଲାର ସ୍ଥିତି ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ଜିଲ୍ଲାପାଳ ବୋଲି ସେ କହିଥିଲେ। କଟକ, ଯାଜପୁର ଓ ଭଦ୍ରକରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବନ୍ଦ ହେବ ସ୍କୁଲ। ଏ ନେଇ ସୂଚନା ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ହଇଜା ସ୍ଥିତି ଅଣାୟତ ଥିଲେ ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ଜିଲ୍ଲାପାଳ। ହଷ୍ଟେଲ ପିଲାଙ୍କୁ ଫୁଟାପାଣି ଦେବାକୁ ନିର୍ଦ୍ଦେଶ । ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଗରମ ଖାଦ୍ୟ ଦିଆଯିବ।

ସ୍କୁଲ ପାଣିଟାଙ୍କି ସଫା କରିବା ଉପରେ ସରକାର ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ସ୍କୁଲ ଓ ହଷ୍ଟେଲ ପରିବେଶ ସଫା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।