ଭୁବନେଶ୍ୱର: ଖରାଛୁଟି ପରେ ଆଜି ରାଜ୍ୟରେ ଖୋଲିବ ସ୍କୁଲ। ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ। ଝାଡ଼ାବାନ୍ତି ବ୍ୟାପୁଥିବାରୁ ସତର୍କତା ଅବଲମ୍ବନ କରାଯାଇଛି। କ୍ୟାମ୍ପସରେ ସ୍ୱଚ୍ଛତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟରେ ବ୍ୟାପିଛି ଡାଇରିଆ। ଏଥିରେ ଅନେକ ଲୋକଙ୍କ ପ୍ରାଣହାନି ମଧ୍ୟ ଘଟିଛି। ତେବେ ଏହି ଡାଇରିଆ ଏପର୍ଯ୍ୟନ୍ତ ଥମିବାର ନାଁ ନେଇନି।
ଏହାକୁ ଦୃଷ୍ଟିରେ ରଖି ଯାଜପୁରରେ ୨୪ ତାରିଖ ଯାଏଁ ସ୍କୁଲ ଛୁଟି ରଖାଯାଇଛି। ଜିଲ୍ଲାରେ ଡାଇରିଆ ସ୍ଥିତିକୁ ନଜରରେ ରଖି ନିଷ୍ପତ୍ତି ନିଆଯାଇଛି। ସଂକ୍ରମଣ ପୁରା କମିବା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି।
ଡାଇରିଆ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ ଗତକାଲି ଜାରି କରିଥିଲେ। ୩ ଜିଲ୍ଲାର ସ୍ଥିତି ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ଜିଲ୍ଲାପାଳ ବୋଲି ସେ କହିଥିଲେ। କଟକ, ଯାଜପୁର ଓ ଭଦ୍ରକରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବନ୍ଦ ହେବ ସ୍କୁଲ। ଏ ନେଇ ସୂଚନା ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।