ମୌସୁମୀ ଆରମ୍ଭରୁ ରାଜ୍ୟରେ ବନ୍ୟା! ଉଛୁଳିଲାଣି ସୁବର୍ଣ୍ଣରେଖା ନଦୀ ଜଳ

ବସ୍ତା: ପ୍ରବଳ ବର୍ଷା ପରେ ଫୁଲୁଛି ସୁବର୍ଣ୍ଣରେଖା ନଦୀ । ସୁବର୍ଣ୍ଣରେଖା ଜଳସ୍ତର ବୃଦ୍ଧି ନେଇ ଜଳ ସମ୍ପଦ ବିଭାଗର ସୂଚନା ।

କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ସୁବର୍ଣ୍ଣରେଖା ନଦୀ ଜଳସ୍ତର । ଗଲୁଡିହିରୁ ଛଡ଼ାଯାଇଛି ୨ ଲକ୍ଷ ୪୨ ହଜାର କ୍ୟୁସେକ୍ ଜଳ ।

ତେବେ ଏ ନେଇ କୌଣସି ବିପଦ ନ ଥିବା କହିଛି ଜଳ ସମ୍ପଦ ବିଭାଗ । ବ୍ୟାରେଜରୁ ପାଣି ଛଡ଼ାଯିବା କାରଣରୁ ସୁବର୍ଣ୍ଣରେଖା ଜଳସ୍ତର ବୃଦ୍ଧି ପାଇଛି ।

ଆଖପାଖ ଅଞ୍ଚଳର ଲୋକେ ବନ୍ୟା ସ୍ଥିତି ଉପୁଜିବା ନେଇ ଛାନିଆ ହୋଇ ପଡ଼ିଛନ୍ତି । ଗତ ୨ ଦିନ ପୂର୍ବେ ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ ମୌସୁମୀର ଆଗମନ ହୋଇଥିବାବେଳେ ରାଜ୍ୟରେ ବନ୍ୟା ସ୍ଥିତି ଦେଖାଯିବା ଏକ ଚିନ୍ତାଜନକ ବିଷୟ ପାଲଟିଛି ।