fbpx

ଖୁସି ଖବର: ରାଜ୍ୟରେ ଆଉ ୭୫୬ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧ ।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୭୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୨୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଗଞ୍ଜାମରୁ୧୩୯ , କଟକରୁ ୭୮ , ସୁନ୍ଦରଗଡ଼ରୁ ୫୮ , ଗଜପତିରୁ ୪୯ , ଭଦ୍ରକରୁ ୩୩, କେନ୍ଦୁଝରରୁ ୩୧ , ପୁରୀରୁ ୨୮, ନୟାଗଡ଼ରୁ ୨୨ , ବାଲେଶ୍ୱରରୁ ୨୦, କୋରାପୁଟରୁ ୧୮ , ମାଲକାନଗିରିରୁ ୧୬ , ନବରଙ୍ଗପୁରରୁ ୧୩  , କନ୍ଧମାଳରୁ ୧୦ , ସମ୍ବଲପୁରରୁ ୧୦ , ଯାଜପୁରରୁ ୯ , କେନ୍ଦ୍ରାପଡ଼ାରୁ ୯ , ଜଗତସିଂପୁରରୁ ୮ , ବରଗଡ଼ରୁ  ୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Get real time updates directly on you device, subscribe now.