ତାଜମହଲର ବନ୍ଦ କୋଠରୀରେ ଲୁଚି ରହିଛି ଅନେକ ଗୁପ୍ତ କଥା, ଜାଣିଲେ ଆପଣବି ହୋଇଯିବେ ଅବାକ୍

ଜାଣନ୍ତୁ କ’ଣ ଲୁଚି ରହିଛି ତାଜମହଲରେ । କ’ଣ ପାଇଁ ଏତେ ଲୋକ ସେଠାକୁ ଯିବାକୁ ଆଗ୍ରହ ପ୍ରକାଶ କରନ୍ତି ।

ନୂଆଦିଲ୍ଲୀ: ତାଜମହଲ ଭାରତର ଏକ ପ୍ରତୀକ ସଦୃଶ । ବାସ୍ତୁ କଳାର ଏହା ଏକ ଜ୍ୱଳନ୍ତ ଉଦାହରଣ । କିନ୍ତୁ ତାଜମହଲରେ ଥିବା ବନ୍ଦ କୋଠରୀ ସମ୍ପର୍କରେ ଲୋକ ବେଶୀ ଜାଣନ୍ତି ନାହିଁ । ଏହି ୨୨ ବନ୍ଦ କୋଠରୀରେ ଲୁଚି ରହିଛି ଅନେକ ଗୁପ୍ତ ତଥ୍ୟ ; ତେବେ ଚାଲନ୍ତୁ ଜାଣିବା ଏହା ସମ୍ପର୍କରେ…

ତାଜମହଲ ବୁଲିବା ପାଇଁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଲୋକ ଆସନ୍ତି । ଖାଲି ଭାରତୀୟ ନୁହଁନ୍ତି ବିଦେଶରୁ ମଧ୍ୟ ବହୁ ଲୋକ ତାଜମହଲ ବୁଲିବା ଏବଂ ଏହାର ଇତିହାସ ସମ୍ପର୍କରେ ଜାଣିବାକୁ ବେଶ୍ ଉତ୍ସାହିତ ।

୨୨ ବନ୍ଦ କୋଠରୀ
ବଶ୍ୱରେ ବେଶ୍ ପରିଚିତ ଏହି ଐତିହାସିକ ସ୍ତଳ ନିର୍ମାଣ କରିବା ପାଇଁ କାରୀଗରମାନଙ୍କୁ ୨୨ ବର୍ଷର ସମୟ ଲାଗିଥିଲା । ଅନେକ ସମୟରେ ତାଜମହଲରେ ଥିବା ୨୨ ବନ୍ଦ କୋଠରୀକୁ ନେଇ ଅନେକ ପ୍ରଶ୍ନ ଲୋକଙ୍କ ମନକୁ ଆନ୍ଦୋଳିତ କରିଥାଏ ।

ଏହି ବନ୍ଦ କୋଠରୀରେ ଲୁଚି ରହିଛି ଅନେକ ରାଜ୍ । ୪୨ ଏକର ପରିମିତ ଜାଗାରେ ତାଜମହଲ ଛିଡ଼ା ହୋଇଛି । ଏଠାରେ ଏକ ଗେଷ୍ଟ ହାଉସ୍ ସାଙ୍ଗକୁ ମସଜିଦ୍ ମଧ୍ୟ ରହିଛି । ୧୬୬୩ ଖ୍ରୀଷ୍ଟାବ୍ଦରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୬୪୩ରେ ସରିଥିଲା ।

ଏହି ମହଲ ଖୁବ୍ ସୁନ୍ଦର, ଏହାର କାରୁକାର୍ଯ୍ୟ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରେ । ତାଜମହଳରେ ଶାହଜାହା ଏବଂ ମୁମତାଜଙ୍କ କବର ରହିଛି । ଏବ୍ୟତୀତ ଏକାଧିକ କଠୋରୀ ମଧ୍ୟ ଏଠାରେ ରହିଛି ।

କଳାକୃତି ସାଇତା ଯାଇଛି 
ତାଜମହଲରୁ ଏକ ଭାଗ ବର୍ଷ ବର୍ଷ ଧରି ବନ୍ଦ ରହିଥାଏ । ସେଠାକୁ କାହାରିକୁ ଛଡ଼ାଯାଏ ନାହିଁ । ଏହାର ମୁଖ୍ୟ ମକବର ତଳେ ୨୨ କଠୋରୀ ରହିଛି । ଇତିହାସ ଅନୁସାରେ ଏହି ରୁମଗୁଡ଼ିକ ଶେଷଥର ପାଇଁ ୧୯୩୪ରେ ଖୋଲାଯାଇଥିଲା ।

କୁହାଯାଏ ଏହି ବନ୍ଦ କୋଠରୀ ଭିତରେ ବହୁ ସୁନା, ରୁପା ରହିଛି । ଏଥିସହ ମୁଗଲ ଶାସକବେଳର ଅନେକ ଦସ୍ତାବିଦ୍ ଏବଂ ସେ ସମୟର କଳାକୃତିକୁ ସାଇତା ଯାଇଛି ସେ କୋଠରୀ ଗୁଡ଼ିକରେ ।

ଏଠାରେ ଶାହାଜାହାଙ୍କ ବିଶ୍ରାମ କକ୍ଷା ସାଙ୍ଗକୁ ତାଙ୍କ ଦ୍ୱାରା ନିର୍ମିତ ଅନ୍ୟ ୪ ମିନାର ଏହାସହିତ ଯୋଡ଼ି ହୋଇଛନ୍ତି । ବନ୍ଦ ଘରେ ଅନେକ ହିନ୍ଦୁ ମୂର୍ତ୍ତି ଏବଂ ଶିଳାଲେଖ ରଖାଯାଇଛି । ଏହି କଠୋରୀ ଖୋଲିବା ପାଇଁ ପୂର୍ବରୁ କୋର୍ଟରେ ଆବେଦନ କରାଯାଇଥିଲେ ସୁଦ୍ଧା ଆହ୍ଲାବାଦ୍ କୋର୍ଟଙ୍କ ଲକ୍ଷେ୍ନø ବେଞ୍ଚ ଏହାର ଅନୁମତି ଦେଇ ନ ଥିଲେ ।