ରଥଯାତ୍ରାରେ କଡ଼ା ହେବ ସୁରକ୍ଷା ବ୍ୟବସ୍ଥା, ପୁରୀ ଜଗିବ 275 AI କ୍ୟାମେରା
ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୁରୀ ଜଗିବ 275ଟି AI କ୍ୟାମେରା । ସମନ୍ବୟ ବୈଠକ ପରେ ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ପ୍ରତିକ୍ରିୟା ।
ପୁରୀ: ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୁରୀ ଜଗିବ 275ଟି AI କ୍ୟାମେରା । ସମନ୍ବୟ ବୈଠକ ପରେ ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ପ୍ରତିକ୍ରିୟା ।
“ରଥଯାତ୍ରା ପାଇଁ 5 ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ । ଡ୍ରୋନ ସାହାଯ୍ୟରେ ହେବ ଟ୍ରାଫିକ ପରିଚାଳନା । 10 ହଜାରରୁ ଉର୍ଦ୍ଧ୍ବ ସୁରକ୍ଷାକର୍ମୀ ମୁତୟନ ହେବେ । ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପାଟ୍ରୋଲିଂ ହେବ । ମିତୟନ ରହିବେ କ୍ବିକ୍ ରେସପନ୍ସ ଟିମ । ବରିଷ୍ଠ ପୋଲିସମାନଙ୍କୁ ଦିଆଯାଇଛି ଦାୟିତ୍ବ । ସମୁଦ୍ର ତଟରେ ମୁତୟନ ହେବେ କୋଷ୍ଟଗାର୍ଡ ।
ଏପଟେ ଟ୍ରାଫିକକୁ 3 ଭାଗରେ ବିଭକ୍ତ କରାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ 26ଟି ପାର୍କିଂ ସ୍ଥଳ ମଧ୍ୟ ଚିହ୍ନଟ ହୋଇଛି । ନୌସେନା, ତଟରକ୍ଷୀ, ମେରାଇନ ପୋଲିସ ମିଳିତ ପାଟ୍ରୋଲିଂ କରିବେ । ଜାହାଜରେ ରହିବେ କ୍ବିକ୍ ରେସପନ୍ସ ଟିମ । ଆମ୍ବୁଲାନ୍ସକୁ ବାଟ କଢାଇବା ପାଇଁ ରହିବ ଗ୍ରୀନ କରିଡର ।
ତେବେ 69ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, 64 ଆମ୍ବୁଲାନ୍ସ, 2365 ସ୍ବତନ୍ତ୍ର ବେଡ ବ୍ୟବସ୍ଥା ରହିବ । 378 ଅତିରିକ୍ତ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍ ରହିବେ । AIIMS ର ବିଶେଷଜ୍ଞ ଡାକ୍ତର ସେବା ଯୋଗାଇବେ ।