ଓଡ଼ିଶା ଆସିବା ଉପରେ ଆମେରିକାର ମାର୍ଗଦର୍ଶିକା: ଯୋଗାଣ ମନ୍ତ୍ରୀଙ୍କ କ୍ଷୋଭ

ଆମେରିକୀୟଙ୍କ ଓଡ଼ିଶା ଆସିବା ଉପରେ ମାର୍ଗଦର୍ଶିକା ନେଇ କ୍ଷୋଭ କରିଛନ୍ତି ଯୋଗାଣ ମନ୍ତ୍ରୀ । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଭଳି ପରିବେଶ ପୃଥିବୀରେ ଅନ୍ୟ କେଉଁଠି ନାହିଁ ।

ନୂଆଦିଲ୍ଲୀ: ଆମେରିକାର ମାର୍ଗଦର୍ଶିକା ନେଇ ଯୋଗାଣ ମନ୍ତ୍ରୀଙ୍କ କ୍ଷୋଭ । ଆମେରିକୀୟଙ୍କ ଓଡ଼ିଶା ଆସିବା ଉପରେ ମାର୍ଗଦର୍ଶିକା ନେଇ କ୍ଷୋଭ କରିଛନ୍ତି ଯୋଗାଣ ମନ୍ତ୍ରୀ । “ ଆମେରିକାରେ ମଧ୍ୟ ଦଙ୍ଗା ହେଉଛି, ଗୁଳିମାଡ଼ ହେଉଛି । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଭଳି ପରିବେଶ ପୃଥିବୀରେ ଅନ୍ୟ କେଉଁଠି ନାହିଁ । ଅପରାଧିକ କାର୍ଯ୍ୟକଳାପକୁ ଏଠି ଆଦୌ ବରଦାସ୍ତ କରାଯିବନି”ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।

ପ୍ରକାଶଥାଉକି, ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ହଠାତ ଭାରତ ପାଇଁ ଯାତ୍ରା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଯେଉଁଥିରେ ଆମେରିକୀୟଙ୍କୁ “ଅଧିକ ସତର୍କତା ଅବଲମ୍ବନ କରିବାକୁ” ଅନୁରୋଧ କରାଯାଇଛି। ଭାରତରେ “ଦୁଷ୍କର୍ମ, ହିଂସା, ଏବଂ ଆତଙ୍କବାଦ” କାରଣରୁ ଏହା ଜାରି କରାଯାଇଛି ।

ମାର୍ଗଦର୍ଶିକାରେ କୁହାଯାଇଛି, “ଭାରତରେ ଦୁଷ୍କର୍ମ ସବୁଠାରୁ ଦ୍ରୁତ ବୃଦ୍ଧି ପାଉଥିବା ଅପରାଧମାନଙ୍କ ମଧ୍ୟରୁ ଅନ୍ୟତମ। ପର୍ଯଟନ ସ୍ଥାନ ଏବଂ ଅନ୍ୟ ଅଞ୍ଚଳରେ ଯୌନ ଆକ୍ରମଣ ଭଳି ହିଂସାତ୍ମକ ଅପରାଧ ଘଟୁଛି। ଆତଙ୍କବାଦୀମାନେ ବିନା ପୂର୍ବ ସୂଚନାରେ ଆକ୍ରମଣ କରିପାରନ୍ତି। ସେମାନେ ପର୍ଯଟନ ସ୍ଥାନ, ପରିବହନ କେନ୍ଦ୍ର, ବଜାର, ଶପିଂ ମଲ୍‌ ଏବଂ ସରକାରୀ ସ୍ଥାନଗଡିକୁ ଟାର୍ଗେଟ କରନ୍ତି।”