୨୫ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ଏହିସବୁ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି !

ବାଲେଶ୍ୱରବାସୀଙ୍କୁ ବର୍ଷା ଭୟ।

ଭୁବନେଶ୍ୱର: ଗୋଟେପଟେ ଏବେବି ବନ୍ୟା ପାଣିରେ ହନ୍ତସନ୍ତ ହେଉଛନ୍ତି ବାଲେଶ୍ୱରବାସୀ। ଆଉ ତାଉପରେ ପୁଣି ବର୍ଷା ଭୟ। ବୋଝ ଉପରେ ନଳିତା ବିଡ଼ା ପଡ଼ିବା ପରି ଦାଉ ସାଝୁଛି ବର୍ଷା।

କିଛି ଦିନର ଲଗାତାର ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଗାଁ ଜଳବନ୍ଦୀ ହୋଇ ରହିଥିଲା। ଆଉ ଏବେ ସିନା ପାଣି କମିଛି ହେଲେ ଲୋକଙ୍କ ଦୁର୍ଦଶା କମିନି।

ଆଉ ତା ଉପରେ ଏବେ ପୁଣି ବର୍ଷା। ଅଞ୍ଚଲବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି।  ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି ଜୁନ୍ ୨୫ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।

ବାଲେଶ୍ୱରରେ ବନ୍ୟା ଆଶଙ୍କା ଭିତରେ ଆସିଛି ବର୍ଷା ଅପଡେଟ୍। ଆସନ୍ତା ୨୫ ତାରିଖରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣବଳୟ। ଗାଙ୍ଗେୟ ପଶ୍ଚିମବଙ୍ଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇପାରେ ଲଘୁଚାପ।

ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ। ଉତ୍ତର ଓଡ଼ିଶାରେ ବଡ଼ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ୨୫ ରୁ ୨୬ ମଧ୍ୟରେ ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆଉ ସେହିସବୁ ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଗଜପତି ଓ ଗଞ୍ଜାମ। ସେହିପରି୨୬ରୁ ୨୭ ତାରିଖ ପାଇଁ ୭ ଜିଲ୍ଲାକୁ ଅରେଞ୍ଚ ଆଲର୍ଟ ଜାରି ହୋଇଛି। ବିଜୁଳି ଘଡ଼ଘଡ଼ି ସହ ପ୍ରବଲରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।