କାର୍-ଟ୍ରକ୍ ଧକ୍କାରେ ଚାଲିଗଲା ୨ ପ୍ରାଣ, କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ
କାର୍-ଟ୍ରକ୍ ଧକ୍କା, ଚାଲିଗଲା ୨ ପ୍ରାଣ
ନୀଳଗିରି: ସକାଳୁ ସକାଳୁ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ଦୁଇ ଜଣଙ୍କ ପ୍ରାଣହାନି ଘଟିଛି। ଏହି ଦୁର୍ଘଟଣାରେ ଦାଦା-ପୁତୁରାଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ହାହାକାର ପରିସ୍ଥିତି ଦେଖିବାକୁ ମିଳିଛି।
ସୂଚନା ମୁତାବକ, ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ଏହାପରେ ଆଉ ଜଣଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ମୁତାବକ, ନୀଳଗିରି ବାଲିବୋହିରୀ ଛକରେ ଏହି ଦୁର୍ଘଟଣାଟି ଘଟିଛି।
ଦୁଇ ମୃତକ ହେଉଛନ୍ତି ହରେକୃଷ୍ଣ ମହାଳିକ ଓ ଜ୍ୟୋତିଶଙ୍କର ମହାଳିକ। ତେବେ ଘଟଣାସ୍ଥଳରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ମିଳୁ ବୋଲି ଦାବି କରାଯାଇଛି। ଏହି ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଏଥିପାଇଁ ଯାତାୟତ ପ୍ରଭାବିତ ହୋଇଛି।