ଦୀର୍ଘ ୩ ବର୍ଷ ପରେ ଶୁକ୍ର କରିବାକୁ ଯାଉଛନ୍ତି ଗୋଚର, ମାଲାମାଲ୍ ହେବେ ଏହି ୩ ରାଶିର ଲୋକ
ଜାଣନ୍ତୁ କାହା ଉପରେ ହେବ ଧନ ବର୍ଷା । କେମିତି ଜୀବନରେ ଆସିବ ବଡ଼ ପରିବର୍ତ୍ତନ ।
ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଭୌତିକ ସୁଖର କାରକ । ସୂର୍ଯ୍ୟଙ୍କ କୃତିକା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ ଦ୍ୱାରା ଏକାଧିକ ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ଚାଲନ୍ତୁ ଜାଣିବା କେଉଁମାନେ ହେବେ ମାଲାମାଲ୍ ।
କୁଣ୍ଡଳିରେ ଯେବେ ଶୁକ୍ର ଭଲ ସ୍ଥିତିରେ ରହିବେ ବିଭିନ୍ନ ରାଶିର ଲୋକଙ୍କ ଉପରେ ଏହାର ନାନା ପ୍ରକାର ପ୍ରଭାବ ପଡ଼ିବ । ୨୬ ତାରିଖରେ ଶୁକ୍ର ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯାହାଦ୍ୱାରା ସବୁ ରାଶିକୁ ଭଲ ଓ ଖରାପ ଉଭୟ ଫଳ ମିଳିବ ।
ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ କାରଣରୁ ୩ ରାଶିର ଲୋକଙ୍କୁ ପାରିବାରିକ ସୁଖ ପ୍ରାକ୍ତି ହେବ । ଲାଇଫ୍ ପାର୍ଟନର ସହିତ ମଧୁର ସମ୍ପର୍କ ଗଢ଼ିଉଠିବ । ଆସନ୍ତୁ ଭାଗ୍ୟ ବଦଳିବାକୁ ଥିବା ୩ ରାଶି ସମ୍ପର୍କରେ ଆଲୋଚନା କରିବା ।
ମିଥୁନ: ଶୁକ୍ରଙ୍କ ନକ୍ଷତ୍ର ଗୋଚର କାରଣରୁ ମିଥୁନ ରାଶିର ଲୋକଙ୍କ ଉପରେ ଭଲ ପ୍ରଭାବ ପଡ଼ିବ ।ପ୍ରତ୍ୟେକ କ୍ଷେତ୍ରରେ ଲାଭବାନ୍ ହେବେ । ନିବେଶରୁ ଭଲ ରିଟର୍ନ ମିଳିବ । ରୋଜଗାରକୁ ନେଇ ଭଲ ଖବର ମିଳିବ । ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିବ । ଧନ ବୃଦ୍ଧି ସାଙ୍ଗକୁ ଜୀବନ ସାଥୀଙ୍କ ସହ ଭଲ ସମୟ କଟିବ ।
ସିଂହ: ଏହି ରାଶିର ଲୋକଙ୍କ ଶୁଭ ସମୟ ଆରମ୍ଭ ହେବ । ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦରୁ ମୁକ୍ତି ମିଳିବ । ଧନକୁ ନେଇ ଥିବା ଅସୁବିଧା ସବୁ ଦୂର ହେବ । ଧାର୍ମିକ କାର୍ଯ୍ୟରେ ସାମିଲ ହେବାର ଯୋଗ ବାହାରୁଛି ।
ମୀନ: ମୀନ ରାଶିର ଲୋକଙ୍କ ପାଇଁ ଶୁକ୍ରଙ୍କ ଗୋଚର ଶୁଭଙ୍କର ହେବ । ପାରିବାରିକ ଜୀବନ ସୁଖମୟ ହେବ । ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବିବାହିତ ପାର୍ଟନର ଚାକିରି କ୍ଷେତ୍ରରେ ବଡ଼ ସଫଳତା ପାଇବେ ।