ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା, ଅବକାରୀ ମନ୍ତ୍ରୀ ପଥ୍ବୀରାଜ ହରିଚନ୍ଦନଙ୍କ ସୂଚନା

ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ । ନୀଳ ଜହରକୁ ମୂଳପୋଛ କରିବା ପାଇଁ ଆକ୍ସନ ମୋଡ଼ରେ ଆବକାରୀ ବିଭାଗ ।

ଭୁବନେଶ୍ବର: ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ । ନୀଳ ଜହରକୁ ମୂଳପୋଛ କରିବା ପାଇଁ ଆକ୍ସନ ମୋଡ଼ରେ ଆବକାରୀ ବିଭାଗ ।

ଏନେଇ ଅବକାରୀ ମନ୍ତ୍ରୀ ପଥ୍ବୀରାଜ ହରିଚନ୍ଦନଙ୍କ ସୂଚନା । “ଚଳିତ ବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ବିଭିନ୍ନ ସ୍ଥାନରେ ଜନଜାତିର ଲୋକଙ୍କୁ ପ୍ରଲୋଭିତ କରାଯାଉଛି । ମିଛ କହି ସେମାନଙ୍କୁ ଚାଷରେ ନିୟୋଜିତ କରୁଛନ୍ତି । ସେମାନଙ୍କ ଉପରେ ସରକାରଙ୍କ ତୀକ୍ଷ୍ଣ ନଜର ରହିଛି”ବୋଲି ପଥ୍ବୀରାଜ ହରିଚନ୍ଦନ କହିଛନ୍ତି।

ଏହାସହ ଜନଜାତିଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ । ପୋଲିସ ବିଭାଗ ସହ ମିଶି ଆଲୋଚନା କରାଯିବ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପଥ୍ବୀରାଜ ହରିଚନ୍ଦନ।