ରାତି ପାହିଲେ ରଥାରୂଢ ହେବେ ଚତୁଧାମୂର୍ତ୍ତି, ଆଜି ବିଜେ ହେବ ଆଜ୍ଞା ମାଳ

ରାତି ପାହିଲେ ରଥାରୂଢ ହେବେ ଚତୁର୍ଦ୍ଧାମୂର୍ତ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏହି ଅବସରରେ ଆଜି(ଗୁରୁବାର) ଆଜ୍ଞା ମାଳ ବିଜେ ହେବ ।

ପୁରୀ: ରାତି ପାହିଲେ ରଥାରୂଢ ହେବେ ଚତୁର୍ଦ୍ଧାମୂର୍ତ୍ତି । ରତ୍ନ ବେଦୀ ଛାଡି ନବଦିନାତ୍ମକ ଜନ୍ମ ସ୍ଥାନ ମାଉସୀ ମା’ ମନ୍ଦିରକୁ ଯାତ୍ରା କରିବେ 3 ଭାଇ-ଭଉଣୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।

ରଥ,ପଥ ସବୁ ସୁଜ୍ଜିତ ହୋଇ ଚାହିଁରହିଛି ମହାପ୍ରଭୁଙ୍କ ଆଗମନକୁ । ଏହି ଅବସରରେ ଆଜି(ଗୁରୁବାର) ଆଜ୍ଞା ମାଳ ବିଜେ ହେବ ।

ପରମ୍ପରା ଅନୁଯାୟୀ ଆଜି ରଥ ଖଳାକୁ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ଆସିବ । ତିନି ରଥରେ ଆଜ୍ଞା ମାଳ ବିଜେ ପରେ ରଥ ତ୍ରୟ ଶ୍ରୀମନ୍ଦିର ସିଂହଦ୍ୱାର ନିକଟକୁ ନିଆଯିବ। ଏଥିପାଇଁ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି ।

ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥକୁ ଆଜ୍ଞା ମାଳ ବିଜେ ନୀତି ହେବ ।