ଘରେ କୁକୁର ପାଳିଥିଲେ ମାନନ୍ତୁ ଏହି ନିୟମ, ନଚେତ୍ ରାଗିଯିବେ ଦେବାଦେବୀ
ଘରେ ପଶୁ ପାଳିବାର ନିୟମ ଜାଣନ୍ତୁ । ଭୁଲ୍ କାର୍ଯ୍ୟ ଦ୍ୱାରା ଭୋଗିବାକୁ ପଡ଼ିବ ବଡ଼ କ୍ଷତି ।
ଓଡ଼ିଶା ଭାସ୍କର: ଘରେ କୁକୁର ପାଳିବା ବର୍ତ୍ତମାନ ସମୟରେ ଲୋକଙ୍କ ସଉକ ପାଲଟିଛି । ଅନେକ ଲୋକ ପାଳିଥିବା କୁକୁରଙ୍କୁ ସେମାନଙ୍କ ଘରର ସଦସ୍ୟ ବୋଲି କୁହନ୍ତି ।
ଘରେ ପାଳିବା ସହିତ ସେମାନଙ୍କ ସହ ଶୁଆ, ବସା ଉଠା ଏମିତିରେ ମିଶି ଖାଉଥିବାର ଅନେକ ସମୟରେ ଦେଖିବାକୁ ମିଳିଛି । ତେବେ ଚାଲନ୍ତୁ ଜାଣିବା ଘରେ କୁକୁର ପାଳିବା କେତେ ଭଲ ନା ଖରାପ…
ଦେଶରେ ବେଶ୍ ଚର୍ଚ୍ଚୀତ ପ୍ରବଚକ ପ୍ରେମାନନ୍ଦ ମହାରାଜଙ୍କୁ ବହୁଜଣ ଅନୁକରଣ କରନ୍ତି । ଜୀବନକୁ ସରସ ସୁନ୍ଦର କରିବା ପାଇଁ ତାଙ୍କ ମତକୁ ମାନନ୍ତି । ପ୍ରେମାନନ୍ଦ ବାବା ପୋଷା କୁକୁରଙ୍କୁ ନେଇ ନିକଟରେ ନିଜସ୍ୱ ମନ୍ତବ୍ୟ ଦେଇଛନ୍ତି; ଯେଉଁଥିରେ ସେ କହିଛନ୍ତି ଯେ,
କୁକୁର, ବିଲେଇଠାରୁ ଆରମ୍ଭ କରି ପ୍ରତ୍ୟେକ ଜୀବକୁ ଭଗବାନ ସୃଷ୍ଟତି କରିଛନ୍ତି । ସେମାନଙ୍କୁ ଧରାପୃଷ୍ଠରେ ମଣିଷଙ୍କ ଭଳି ବଞ୍ଚିବାର ଅଦିକାର ରହିଛି । ସେଥିପାଇଁ କୁକୁର ପାଳିବା କିମ୍ବା ସେମାନଙ୍କୁ ସ୍ନେହ କରିବାରେ କୌଣସି ଅସୁବିଧା ନାହିଁ ।
ଶାସ୍ତ୍ରରେ କୁକୁରକୁ ଦ୍ୱାରପାଳ କୁହାଯାଏ । ଯାହାଙ୍କ ସ୍ଥାନ ଘର ବାହାରେ । ଆଜି କାଲି କୁକୁର ପାଳିବା ଟ୍ରେଣ୍ଡ ହେଲେ ମଧ୍ୟ ସେମାନଙ୍କୁ ଘରେ ପୁରାଇବା କଥା ନୁହେଁ । ଘର ବାହାରେ ସେମାନଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରି ରଖିବା ଆବଶ୍ୟକ ।
ପ୍ରତ୍ୟେକ କ୍ଷେତ୍ରରେ ତା’ ଯତ୍ନ ନିଅନ୍ତୁ । କିନ୍ତୁ କୁକୁରକୁ ଶୋଇବା ଘରେ ପୁରାନ୍ତୁ ନାହିଁ । କାରଣ କୁକୁର ପାଇଁ ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ରହିଥାଏ । ଏହାଛଡ଼ା ଆପଣଙ୍କ କାର୍ଯ୍ୟରେ ଦେବା ଦେବୀ ରୋଶ ହେବେ ଯାହାର ସଙ୍କଟଜନକ ପ୍ରଭାବ ଆପଣଙ୍କ ଉପରେ ପଡ଼ିବ ।