ଓଡିଶା ଆସିବେ ଉପରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଆସନ୍ତାକାଲି ଓଡିଶା ଆସିବେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼। ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ଉପରାଷ୍ଟ୍ରପତି ।

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ଆସିବେ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଓଡିଶା ଆସିବେ । ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତିଙ୍କ ଗସ୍ତ ନେଇ ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି ।

ଆସନ୍ତାକାଲି ଦାରୁବିଗ୍ରହଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ସକାଳ 9ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବ ।  9ଟା 15ରେ ମଙ୍ଗଳାର୍ପଣ ପରେ 9ଟା 30ରୁ ପହଣ୍ଡି ହେବ ।

ମଧ୍ୟାହ୍ନ 12ଟା 30 ସୁଦ୍ଧା  ଦାରୁବିଗ୍ରହ ରଥାରୁଢ ।  2ଟା 30ରୁ 3ଟା 30 ମଧ୍ୟରେ ଛେରାପହଁରା ହେବ । ଚାରମାଳ ଫିଟାଯାଇ ଅପରାହ୍ମ 4ଟାରେ ରଥଟଣା ହେବ ।