ନୃଶଂସ ସନ୍ତାନ, ଠେଙ୍ଗାରେ ପିଟିପିଟି ଜନ୍ମକଲା ମା’କୁ ମାରିଦେଲା ପୁଅ

ମାଆକୁ ହତ୍ୟା କରି ଫେରାର ହୋଇଗଲା ଅଭିଯୁକ୍ତ ପୁଅ।

ଦିଗପହଣ୍ଡି: ପୁଣି ଏକ ବଡ଼ ଅପରାଧ। ଜନ୍ମକଲା ମାଆକୁ ହତ୍ୟା କଲା ପୁଅ। ଯେଉଁ ମାଆ ପାଳି ପୋଷି ବଡ଼ କଲା ସେହି ମାଆକୁ ପିଟିପିଟି ମାରିଦେଲା ରାକ୍ଷସ ପୁଅ।

ଦିଗପହଣ୍ଡି କରବାଲୁଅଁ ଗାଁରେ ଅଭାବନୀୟ ଘଟଣା। ଅତି ନୃଶଂସ ଭାବରେ ମାଆକୁ ଠେଙ୍ଗାରେ ପିଟିପିଟି ମାରିଦେଲା ପୁଅ। ଆଉ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଗଲା।

ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ସେତେବେଳକୁ ହତ୍ୟାକାଣ୍ଡ ଭିଆଇ ଅଭିଯୁକ୍ତ ପୁଅ ଫେରାର ହୋଇଯାଇଥିଲା. ପୋଲିସର ସୂଚନାନୂଯାୟୀ, କେଉଁ କାରଣରୁ ହତ୍ୟାକାଣ୍ଡ ହେଲା ତାହା ଜଣାପଡିନଥିବା ବେଳେ, ପୋଲିସ ଅଧିକ ତଦନ୍ତ ଜାରି ରଖିଛି।