ଜୁଲାଇରେ 13 ଦିନ ବନ୍ଦ ରହିବ ବ୍ୟାଙ୍କ୍; ଆପଣଙ୍କ ରାଜ୍ୟରେ କେବେ ଅଛି ଛୁଟି, ଦେଖନ୍ତୁ ପୁରା ଲିଷ୍ଟ୍…

ଆସନ୍ତା ମାସ ଅର୍ଥାତ୍ ଜୁଲାଇ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି । ଜୁଲାଇ ମାସରେ ମୋଟ 13 ଦିନ ବନ୍ଦ ରହିବ ବ୍ୟାଙ୍କ ।

ନୂଆଦିଲ୍ଲୀ: ଆସନ୍ତା ମାସ ଅର୍ଥାତ୍ ଜୁଲାଇ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି । ଜୁଲାଇ ମାସରେ ମୋଟ 13 ଦିନ ବନ୍ଦ ରହିବ ବ୍ୟାଙ୍କ । ଏଥିରେ ରବିବାର ଏବଂ ଦ୍ବିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ଅନ୍ତର୍ଭୁକ୍ତ । ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଦିନରେ ଛୁଟି ରହିବ । ସାରା ଦେଶରେ ମୋଟ 13 ଦିନ ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକରେ କୌଣସି କାମ ହେବ ନାହିଁ।

ତେବେ ଏହି ଛୁଟିଗୁଡିକ ରାଜ୍ୟ ପର୍ବ, ଧାର୍ମିକ କାର୍ଯ୍ୟକ୍ରମ ଏବଂ ଆଞ୍ଚଳିକ ପର୍ବ ଉପରେ ନିର୍ଭର କରେ । ଏପରି ପରିସ୍ଥିତିରେ, ଯଦି ଆପଣଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କିଂ କାମ ଥାଏ, ତେବେ ଏହି ଛୁଟି ପୂର୍ବରୁ ସାରିଦିଅନ୍ତୁ ।

ଯଦିଓ ଏହି ଛୁଟିଗୁଡ଼ିକ ଗ୍ରାହକମାନଙ୍କ ପାଇଁ ଟିକେ ଅସୁବିଧା ହୋଇପାରେ, କିନ୍ତୁ ନେଟ୍ ବ୍ୟାଙ୍କିଂ, UPI, ମୋବାଇଲ୍ ଆପ୍ସ ଏବଂ ATM ସେବା ଭଳି ଡିଜିଟାଲ୍ ବ୍ୟାଙ୍କିଂ ସେବାଗୁଡ଼ିକ ସମ୍ପୂର୍ଣ୍ଣ ସକ୍ରିୟ ରହିବ। ଏହା ସାହାଯ୍ୟରେ, ଆପଣ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର କରିବା, ବାଲାନ୍ସ ଯାଞ୍ଚ କରିବା, ବିଲ୍ ପେମେଣ୍ଟ କରିବା କିମ୍ବା ATMରୁ ଟଙ୍କା ଉଠାଇବା ଭଳି କାମ ସହଜରେ କରିପାରିବେ।

ଯଦି ଆପଣ ଏପରି କୌଣସି କାମ ପାଇଁ ପରବର୍ତ୍ତୀ ମାସରେ ବ୍ୟାଙ୍କକୁ ଯିବାକୁ ଚାହାଁନ୍ତି, ତେବେ ସେହି ଦିନ ଛୁଟି ଅଛି କି ନାହିଁ ତାହା ଯାଞ୍ଚ କରିନିଅନ୍ତୁ ।

ଜୁଲାଇରେ କେତେ ଦିନ ଏବଂ କାହିଁକି ବନ୍ଦ ରହିବ ବ୍ୟାଙ୍କ ?

3 ଜୁଲାଇ (ଗୁରୁବାର): ଅଗରତାଲାରେ ଖରଚି ପୂଜା ଯୋଗୁଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

5 ଜୁଲାଇ (ଶନିବାର): ଜମ୍ମୁ ଏବଂ କାଶ୍ମୀରରେ ଗୁରୁ ହରଗୋବିନ୍ଦ ସିଂହ ଜୟନ୍ତୀରେ ଛୁଟି ରହିବ।

6 ଜୁଲାଇ (ରବିବାର): ସାରା ଦେଶରେ ସାପ୍ତାହିକ ଛୁଟି।

12 ଜୁଲାଇ (ଶନିବାର): ଦ୍ୱିତୀୟ ଶନିବାର, ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

13 ଜୁଲାଇ (ରବିବାର): ସାପ୍ତାହିକ ଛୁଟି।

14 ଜୁଲାଇ (ସୋମବାର): ଶିଲଂରେ ବେହ ଦିନଖଲାମ ମହୋତ୍ସବରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

16 ଜୁଲାଇ (ବୁଧବାର): ଡେରାଡୁନରେ ହରେଲା ମହୋତ୍ସବରେ ବ୍ୟାଙ୍କଗୁଡ଼ିକ ଖୋଲିବ ନାହିଁ।

17 ଜୁଲାଇ (ଗୁରୁବାର): ଶିଲଂରେ ୟୁ ତିରଟ ସିଂହଙ୍କ ମୃତ୍ୟୁ ବାର୍ଷିକୀରେ ଛୁଟି।

19 ଜୁଲାଇ (ଶନିବାର): ଅଗରତାଲାରେ କେର ପୂଜା ଯୋଗୁଁ ବ୍ୟାଙ୍କଗୁଡ଼ିକ ବନ୍ଦ।

20 ଜୁଲାଇ (ରବିବାର): ସାପ୍ତାହିକ ଛୁଟି।

26 ଜୁଲାଇ (ଶନିବାର): ଚତୁର୍ଥ ଶନିବାର, ସାରା ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ।

27 ଜୁଲାଇ (ରବିବାର): ସାପ୍ତାହିକ ଛୁଟି।

28 ଜୁଲାଇ (ସୋମବାର): ଗ୍ୟାଙ୍ଗଟକରେ ଦ୍ରକ୍ପା ତ୍ସେ-ଜିରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।