ବ୍ରହ୍ମପୁର: ପୁଣି ଏକ ଦୁଷ୍କର୍ମ, ସେ ପୁଣି ଜଣେ ନାବାଳିକାକୁ। ଏଭଳି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଗୋଳନ୍ଥରାରେ। ଯାହାକୁ ନେଇ ନାବାଳିକାର ପରିବାର ଲୋକେ ଗୋଳନ୍ଥରା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି।
ଅଭିଯୁକ୍ତ ଜଣଙ୍କ ନାବାଳିକାଟିର ହାତ ଗୋଡ ବାନ୍ଧି ଦୁଷ୍କର୍ମ କରିଥିଲା ବୋଲି ପରିବାର ଲୋକେ ଅଭିଯୋଗରେ କହିଥିବାବେଳେ ଅଭିଯୁକ୍ତକୁ ଗିରଫ କରିଛି ଗୋଳନ୍ଥରା ପୋଲିସ।
ଦିନକୁ ଦିନ ଦୁଷ୍କର୍ମର ମାମଲା ବଢି ବଢି ଯାଉଛି। କମିବାର ନାଁ ହିଁ ଧରୁନି। ଏଥିରେ ବଳି ପଡିଯାଉଛନ୍ତି ଅନେକ ନିରୀହ ଝିଅ। ଯେଉଁମାନେ ଦୁନିଆ ବିଷୟରେ ଭଲଭାବେ ଜାଣି ନାହାଁନ୍ତି ସେହିମାନଙ୍କ ଠାରେ ଏହା ଅଧିକ ମାତ୍ରାରେ ଘଟୁଛି। ତେଣୁ ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ।