ଆଜିଠୁ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ, ବାଦ ପଡିବେ କି ଯଶପ୍ରୀତ ବୁମରା?

ନୂଆଦିଲ୍ଲୀ: ଆଜିଠୁ ଇଣ୍ଡିଆ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ସିରିଜ ବର୍ମିଂହାମରେ ଅପରାହ୍ନ ସାଢେ 3ଟାରେ ଆରମ୍ଭ ହେବ। ଯଶପ୍ରୀତ ବୁମରା ଏହି ମ୍ୟାଚରେ ଖେଳିବେ କି ନାହିଁ ସ୍ପଷ୍ଟ ହୋଇନଥିବାବେଳେ ଦଳରେ ପରିବର୍ତ୍ତନ କରିପାରେ ଟିମ ଇଣ୍ଡିଆ।

ଇଂଲଣ୍ଡ ବିପକ୍ଷ ଲିଡ୍ସ ଟେଷ୍ଟରେ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ରହିଥିଲା । ପ୍ରଥମ ଇନିଂସରେ ବୁମରା ୫ଟି ୱିକେଟ ହାସଲ କରିଥିଲେ । ଇଂଲଣ୍ଡ ବୋଲଙ୍କୁ ଘାଇଲା କରିଥିଲେ ଅନୁଭବୀ ବୁମ୍‌ ବୁମ୍‌ ବୁମରା ।

ଏହି ଟେଷ୍ଟରୁ ବୁମରା ବାଦ ପଡିପାରନ୍ତି। ଯଦି ଏମିତି ହୁଏ ତେବେ ଭାରତ ପାଇଁ ଏହା ଏକ ଝଟକାଠୁ କିଛି କମ୍‌ ନୁହେଁ । ପ୍ରଥମରୁ ହିଁ ହେଡ୍‌ କୋଚ କହିଥିଲେ କି ବୁମରା ୫ଟି ଟେଷ୍ଟରୁ ୩ଟି ଖେଳିବେ ।

ଗୋଟିଏ ଟେଷ୍ଟ ବୁମରା ଖେଳିଛନ୍ତି ବାକି ୪ରୁ କେବଳ ୨ଟି ହିଁ ଖେଳିବେ ବୁମରା । ଯଦି ସେ ଦ୍ବିତୀୟ ଟେଷ୍ଟ ନ ଖେଳନ୍ତି ତେବେ ତାଙ୍କ ସ୍ଥାନରେ ଆକାଶ ଦୀପ କିମ୍ବା ଅର୍ଶଦୀପଙ୍କୁ ଏକାଦଶରେ ନିଆଯାଇପାରେ ।