ଜୁଲାଇରେ ଏହି ସବୁ ଦିନ ବ୍ୟାଙ୍କ ଛୁଟି, RBI ଜାରି କରିଛି ନୋଟିସ୍

ଜାଣନ୍ତୁ କେତେ ଦିନ ଖୋଲା ରହିବ ବ୍ୟାଙ୍କ । ଏହି ସବୁ ଦିନ ବ୍ୟାଙ୍କରେ ପଡ଼ିବ ତାଲା ।

ନୂଆଦିଲ୍ଲୀ: ଜୁଲାଇ ମାସରେ ବ୍ୟାଙ୍କରେ ଯଦି ଆପଣଙ୍କର କିଛି ଜରୁରୀ କାମ ରହିଛି, ତେବେ ଜାଣି ନିଅନ୍ତୁ ଚଳିତ ମାସରେ କେତେଦିନ ବ୍ୟାଙ୍କ ଖୋଲା ରହିବ ଆଉ କେତେ ଦିନ ବନ୍ଦ ।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କ ହଲିଡେ’ ନେଇ ନୋଟିସ୍ ଜାରି କରିଛି, ଯେଉଁଥିରୁ ଆପଣ ଜାଣିପାରିବେ କେଉଁ ଦିନ ବ୍ୟାଙ୍କ ବନ୍ଦ ଆଉ କେଉଁଦିବ ବ୍ୟାଙ୍କ ଖୋଲା ।

ନୋଟିସରେ ରବିବାର, ଦ୍ୱିତୀୟ ସପ୍ତାହ ଶନିବାର ଓ ଚତୁର୍ଥ ସପ୍ତାହ ଶନିବାର ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।

-୩ ଜୁଲାଇରେ ଖାରଚି ପୂଜା ପାଇଁ ଅଗରତଲା ଓ ତ୍ରିପୁରାରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।

-୫ ତାରିଖରେ ଗୁରୁ ହରଗୋବିନ୍ଦ ଜୀଙ୍କ ଜୟନ୍ତି ପାଇଁ ଜମ୍ମୁ-ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ ।

-୬ ତାରିଖରେ ସାପ୍ତାହିକ ଛୁଟି ପାଇଁ ଦେଶ ସାରା ସବୁ ବ୍ୟାଙ୍କ ବନ୍ଦ ରହିବ ।

-୭ ତାରିଖରେ ମହରମ ପାଇଁ ପ୍ରତି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।

-୧୨ ତାରିଖରେ ଦ୍ୱିତୀୟ ସପ୍ତାହ ଶନିବାର ପାଇଁ ଦେଶ ତମାମ ବ୍ୟାଙ୍କଗୁଡ଼ିକରେ ତାଲା ଝୁଲିବ ।

-୧୩ ତାରିଖରେ ୱିକଲି ହଳିଡେ’ ପାଇଁ ବ୍ୟାଙ୍କ ଛୁଟି ରହିବ ।

-୧୪ତାରିଖରେ ମେଘାଳୟର ସମସ୍ତ ବ୍ୟାଙ୍କ ବେହ ଦିନଖଲାମ ପାଇଁ ବନ୍ଦ ରହିବ ।

-୧୬ ତାରିଖରେ ହରେଲା ଯାତ୍ରା ପାଇଁ ଉତ୍ତରାଖଣ୍ଡରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।

-୧୭ଜୁଲାଇରେ ମେଘାଳରେ ୟୁ. ତିରୋତ ସିଂଙ୍କ ଶ୍ରାଦ୍ଧବାର୍ଷିକି ପାଇଁ ବ୍ୟାଙ୍କ ବନ୍ଦ ରାହିବ ।

-୧୯ ତାରିଖରେ କେର ପୂଜା ପାଇଁ ତ୍ରିପୁରାରେ ସବୁ ବ୍ୟାଙ୍କ ବନ୍ଦ ରହିବ ।

-୨୦ ତାରିଖରେ ସପ୍ତାହନ୍ତ ଛୁଟି ପାଇଁ ଦେଶର ସବୁ ବ୍ୟାଙ୍କ ବନ୍ଦ ।

-୨୬ ତାରିଖରେ ଚତୁର୍ଥ ଶନିବାର ପଡ଼ୁଥିବା କାରଣରୁ ସବୁ ଜାଗାରେ ବ୍ୟାଙ୍କ ବନ୍ଦ ରହିବ ।

-୨୭ତାରିଖରେ ସାପ୍ତାହିକ ଛୁଟିରେ ଦେଶର ତମାମ ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।

ଜୁଲାଇ ମାସରେ ମୋଯ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ । ୧୮ ଦିନ ବ୍ୟାଙ୍କ ରହିବ ଖୋଲା । ଖବରଟି ପଢ଼ି ଜାଣନ୍ତୁ ଜୁଲାଇ ମାସରେ କେଉଁ କେଉଁ ଦିନ ବ୍ୟାଙ୍କ ରହିବ ଖୋଲା ।