(Video) ଯାତ୍ରା ପେଣ୍ଡାଲକୁ ଦୁଲୁକାଇବ ରୋବୋଟିକ୍ ଡଗ୍, ଦେଖନ୍ତୁ ଭିଡିଓ
ରୋବୋଟିକ୍ ଡଗ୍, ଦେଖନ୍ତୁ ଭିଡିଓ, କେମିତି ଚାଲୁଛି
ଭୁବନେଶ୍ୱର: ମଣିଷ ରୋବୋଟ ଆପଣ ଦେଖିଥିବେ, କିନ୍ତୁ ଏବେ ଦେଖନ୍ତୁ ଆକର୍ଷଣୀୟ ରୋବୋଟିକ୍ ଡଗ୍। ଏହି ଡଗ୍ ମେସିନ ସାହାଯ୍ୟରେ ବର୍ତ୍ତମାନ ଲୋକଙ୍କ ମନୋରଞ୍ଜନ କରାଇବ। ଏହି ଡଗ୍କୁ ବର୍ତ୍ତମାନ ଯାଜ୍ଞସେନୀ ଅପେରା ଯାତ୍ରା ପେଣ୍ଡାଲରେ ଲୋକଙ୍କୁ ଏଣ୍ଟରଟେନ କରାଇବ।
ରୋବୋଟିକ୍ ଡଗ୍ଟି ଅସଲି କୁକୁର ପରି ଚାଲୁଛି, ଦୌଡୁଛି ଏବଂ ନାଚୁଛି ମଧ୍ୟ। ତାକୁ କମାଣ୍ଡ ଦେବା ପରେ ସେ ତାହା କରି ଦେଖାଉଛି। ଗୋଡ଼ ଟେକିବାକୁ କହିବା ପରେ ସେ ଗୋଡ଼ ଟେକିକି ଦେଖାଉଛି।
ସବୁଠୁ ଆକର୍ଷଣୀୟ କଥା ହେଉଛି ଏହି ରୋବଟକୁ ଯାହା ପଚରାଯାଉଛି, ସେ ତା’ର ଉତ୍ତର ଦେଉଛି। ସାଧାରଣତଃ ମେସିନ ଇଂରାଜୀ ଭାଷା ବୁଝିଥାଏ। କିନ୍ତୁ ଓଡ଼ିଆରେ ପଚରାରିଲେ ସେ ଓଡ଼ିଆରେ ଉତ୍ତର ଦେଉଛି।
ରୋବୋଟିକ୍ ଡଗ୍ଟି ହ୍ୟାଣ୍ଡସେକ୍ ମଧ୍ୟ କରୁଛି। ତେବେ ଏହି ଭିଡିଓରେ ଦେଖନ୍ତୁ ରୋବୋଟିକ୍ ଡଗ୍ଟି ଗୀତ ବାଜିଲେ କେମିତି ନାଚୁଛି।
ଏହାର ମାଲିକ କହିଛନ୍ତି ଯେ, ଏହି ଡଗ୍ଟି ଥରେ ଭଡ଼ାରେ ଗଲେ ୩୦ ହଜାର ଟଙ୍କା ଚାର୍ଜ ପଡୁଛି। ଏହି ରୋବୋଟିକ୍ ଡଗଟି ବର୍ତ୍ତମାନ ଯାତ୍ରା ପେଣ୍ଡାଲକୁ ଦୁଲୁକାଇବ। ଲୋକଙ୍କର ମନୋରଞ୍ଜନ କରିବ।