(Viral Video) ATMର ଏକ ଭିଡିଓ ଦେଖିଲେ ନ ହସି ରହିପାରିବେନି, ପାକିସ୍ତାନର ଗଜବ ଦୃଶ୍ୟ
ପାକିସ୍ତାନର ଏକ ଏଟିଏମର ଭିଡିଓ ହେଲା ଭାଇରାଲ, ଦେଖନ୍ତୁ
ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଛି। ଏହାରି ମଧ୍ୟରେ ପାକିସ୍ତାନର ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଆପଣ ଦେଖି ନ ହସି ରହିପାରିବେନି। ଏହି ଭିଡିଓଟି ଏକ ଏଟିଏମର। ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ..
ଜଣେ ବ୍ୟକ୍ତି ପାକିସ୍ତାନର ଏଟିଏମ ଭିତରର ଦୃଶ୍ୟ ଦେଖାଉଛି ଏହି ଭିଡିଓରେ। ଭିଡିଓ କରାଚିର ବୋଲି କୁହାଯାଉଛି। କାରଣ ଏହି ଭିଡିଓ ଉପରେ ଲେଖାଯାଇଛି କରାଚି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏଠାରେ ଲାଗିଥିବା ଏସି ଏବଂ କ୍ୟାମେରା ଦେଖାଉଛନ୍ତି ଏହି ବ୍ୟକ୍ତି। ଏହା ଚାରିପାଖରେ ଲୁହାର ଜାଲି ଲଗାଯାଇଛି ଏବଂ ଏଥିରେ ତାଲା ପଡ଼ିଛି।
View this post on Instagram
ଏହି ଭିଡିଓଟି iamahadahmed ନାମକ ଆଇଡିରୁ ସେୟାର କରାଯାଇଛି। ଖବର ଲେଖାହେବା ମଧ୍ୟରେ ଏହି ଭିଡିଓକୁ ଅନେକ ଲାଇକ୍ ଏବଂ କମେଣ୍ଟ ମିଳିଛି। ଜଣେ କମେଣ୍ଟ କରି ଲେଖିଛି ଯେ, ଲାହୋରରେ ଏମିତି ହୁଏନି। ଅନ୍ୟ ଜଣେ ଲେଖିଛି ଯେ, ଏଟିଏମରେ ବି ତାଲା ଦେଇଦିଅ। ଏମିତି ଅନେକ କମେଣ୍ଟ ଏହି ଭିଡିଓକୁ ମିଳିଛି।