ଆଜି ବାହୁଡ଼ାରେ ଏହି 6 ରାଶି ଉପରେ ରହିବ ଶନିଙ୍କ କୃପା; ସବୁଥିରେ ମିଳିବ ସଫଳତା

ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା । ତେବେ ଆଜିର ଦିନଟି ଆପଣଙ୍କର କେମିତି କଟିବ? ଆସନ୍ତୁ ଜାଣିବା...

ଓଡ଼ିଶା ଭାସ୍କର: ଆଜି ହେଉଛି ଜୁଲାଇ 5 ତାରିଖ 2025 ଶନିବାର । ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା । ତେବେ ଆଜିର ଦିନଟି ଆପଣଙ୍କର କେମିତି କଟିବ? ଆସନ୍ତୁ ଜାଣିବା…

ମେଷ: ଖର୍ଚ୍ଚ ଅଧିକ ହେବ । ଟେନସନରେ ରହିବେ। କ୍ଳାନ୍ତ ହୋଇଯିବ। ରିସ୍କ ନିଅନ୍ତୁ ନାହିଁ। ମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହେବେ। ବିବାଦ ହୋଇପାରେ। ରୋଜଗାରରେ ସଫଳତା ହାସଲ କରିବେ। ପରିବାର ଏବଂ ସମାଜରେ ଆପଣଙ୍କର କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ । କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଅର୍ଥ ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଚାକିରିରେ କିଛି ଭଲ ସୁଯୋଗ ପାଇବେ। ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ହୋଟେଲକୁ ଯିବେ। ‌

ବୃଷ: ଭ୍ରମଣ, ବିନିଯୋଗ ଏବଂ ଚାକିରି ଆପଣଙ୍କୁ ଅନୁକୂଳ ସୁବିଧା ଦେବ। ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ । କାରବାରରେ ସାବଧାନ ରୁହନ୍ତୁ। ଉଚ୍ଚ ପଦାଧିକାରୀଙ୍କଠାରୁ ଆପଣ ସମ୍ମାନ ଏବଂ ଗୁରୁତ୍ୱ ପାଇବେ । ଧାର ଦେଇଥିବା ଟଙ୍କା ଫେରିପାଇବେ। ପୁଞ୍ଜି ବିନିଯୋଗ ଲାଭଦାୟକ ହେବ। ରଚନାତ୍ମକ କାର୍ଯ୍ୟରେ ଆପଣଙ୍କର ନାମ ହେବ। ପ୍ରେମରେ ସଫଳତା ପାଇବେ। ‌

ମିଥୁନ: ଯୋଜନା ଫଳପ୍ରଦ ହେବ । କାର୍ଯ୍ୟକୁ ପ୍ରଶଂସା କରାଯିବ । ଆୟ ବୃଦ୍ଧି ପାଇବ । ଚିନ୍ତା ଏବଂ ଟେନସନ ରହିବ । ପିଲାମାନେ ଏବଂ ଭାଇମାନଙ୍କ ଦ୍ୱାରା ଉପକୃତ ହେବେ। ଘରୋଇ ସାମଗ୍ରୀ କିଣିବେ । ସାମାଜିକ କାର୍ଯ୍ୟରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିବେ। ବ୍ୟବସାୟ ଯୋଜନାଗୁଡ଼ିକୁ ଗୁପ୍ତ ରଖନ୍ତୁ । ବ୍ୟବସାୟରେ ଦୂରସ୍ଥାନକୁ ଯିବେ। ଛାତ୍ରଛାତ୍ରୀଙ୍କର ଧ୍ୟାନ ପାଠପଢ଼ାରେ ଲାଗି ରହିବ। ‌

କର୍କଟ: ଆଇନଗତ ପରିସ୍ଥିତି ଦୂର ହେବ । ତନ୍ତ୍ରମନ୍ତ୍ର ପ୍ରତି ଆଗ୍ରହ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ ମିଳିବ । ପୌତୃକ ସମ୍ପତ୍ତି କ୍ଷେତ୍ରରେ ଅଗ୍ରଗତି ହେବ । ଚାକିରିରେ ମଧ୍ୟମ ଆଚରଣ ଜରୁରୀ । ଅଫିସ କାମରେ ବାହାରକୁ ଯିବେ। ଡ଼ାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସ ଆସିବ। ବ୍ୟବସାୟ ବୃଦ୍ଧି ପାଇଁ ନୂଆ ଅବସର ପାଇବେ।

ସିଂହ: କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଢ଼ାଳି କାମ କରିବେ। ନିଜ କାମରେ ଅଧିକ ପୁଞି ଲଗାଇପାରନ୍ତି। କିଣାବିକାରେ ସାବଧାନତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

କନ୍ୟା: ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ବନ୍ଧୁ ସାହାଯ୍ୟରେ ଆପଣଙ୍କ ଯୋଜନା ସଫଳ ହେବ। ବ୍ୟବସାୟରେ ମନ ମୁତାବକ ସଫଳତା ପାଇବେ।

ତୁଳା: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ। ଅଫିସରେ କାମର ବୋଝ ଅଧିକ ହୋଇପାରେ। ଅଚାନକ ଧନଲାଭ ହେବ। ପ୍ରିୟଜନ ମିଳନ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ବିଛା: ଚାକିରିଜୀବୀଙ୍କ ଲାଗି ପଦୋନ୍ନତି ଯୋଗ ଅଛି। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଜୀବନସାଥୀ ଠାରୁ କୌଣସି ଖୁସି ଖବର ପାଇବେ।

ଧନୁ: କୌଣସି ବ୍ୟକ୍ତିଙ୍କ ଠାରୁ ଆଶା ଠାରୁ ଅଧିକ ଲାଭ ପାଇବେ। ରାଜନୀତିରେ ମହତ୍ବାକାଂକ୍ଷା ପୂରା ହେବ। ନବବିବାହିତ ଦମ୍ପତ୍ତିଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ। ଓକିଲଙ୍କ ଲାଗି ଦିନଟି ଭଲ ରହିବ।

ମକର: ଜୀବନରେ ହେବାକୁ ଯାଉଥିବା ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ଆପଣଙ୍କୁ ରୋଜଗାରର ନୂଆ ଅବସର ମିଳିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଘରକୁ କୌଣସି ବନ୍ଧୁ ଆସିବେ।

କୁମ୍ଭ: ପୂଜାପାଠରେ ଅଧିକ ସମୟ ବିତିବ। ଭାବିଥିବା କାମ ସଂପୂର୍ଣ୍ଣ ହେବ। ଆପଣଙ୍କ କାମ ଦେଖି କତୃପକ୍ଷ ଖୁସି ହେବେ। ଜୀବନସାଥୀଙ୍କୁ ମନର କଥା କହିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

ମୀନ: ଆପଣ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। ଆପଣଙ୍କର ଜଣାଶୁଣା ନୂଆ ଲୋକଙ୍କ ସହିତ ହେବ। କୌଣସି ନୂଆ ଦାୟିତ୍ବ ଆପଣ ଶୀଘ୍ର ପାଇବେ।