ୟେ କି ଚମତ୍କାର ! ପାଣି ବିନା ମରିଯାଏ, କିନ୍ତୁ ବିନା ମୁଣ୍ଡରେ ମଧ୍ୟ ବଞ୍ଚିଥାଏ ଏ ଅଦ୍ଭୁତ ଜୀବ…

ଯଦି ସେମାନଙ୍କର ଗଳା କାଟି ଦିଆଯାଏ ତେବେ ସେମାନେ ଗୋଟିଏ ମୁହୂର୍ତ୍ତ ପାଇଁ ବି ବଞ୍ଚି ପାରନ୍ତି ନାହିଁ । କିନ୍ତୁ ଇଏ ହେଉଛି ଏମିତି ଜୀବ, ଯିଏ ଗଳା କାଟିବା ପରେ ବି ମରେ ନାହିଁ ।

ଓଡ଼ିଶା ଭାସ୍କର: ଦୁନିଆରେ ବିଭିନ୍ନ ପ୍ରକାରର ପ୍ରାଣୀ, କୀଟପତଙ୍ଗ, ପୋକୋ ଜୋକ ଆଦି ପ୍ରାଣୀ ଥାଆନ୍ତି । ସମସ୍ତଙ୍କର ଜୀବନ ସେମାନଙ୍କର ଗଳାରେ ହିଁ ବାସ କରେ । ଯଦି ସେମାନଙ୍କର ଗଳା କାଟି ଦିଆଯାଏ ତେବେ ସେମାନେ ଗୋଟିଏ ମୁହୂର୍ତ୍ତ ପାଇଁ ବି ବଞ୍ଚି ପାରନ୍ତି ନାହିଁ ।

ମଣିଷଠାରୁ ଆରମ୍ଭ କରି ସବୁଠାରୁ ବିପଦଜନକ ପ୍ରାଣୀ ପର୍ଯ୍ୟନ୍ତ, ମୁଣ୍ଡ କଟିଗଲେ କେହି ବି ବଞ୍ଚିପାରିବେ ନାହିଁ । କିନ୍ତି ଆପଣ କଣ ଜାଣନ୍ତି, ଦୁନିଆରେ ଏମିତି ବି କିଛି ଜୀବ ଅଛନ୍ତି, ଯାହାର ମୁଣ୍ଡ ଶରୀରରୁ ଅଲଗା ହେଲେ ମଧ୍ୟ ମରେ ନାହିଁ । ଏହା ବିନା ମୁଣ୍ଡରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବଞ୍ଚିପାରେ। ଚାଲନ୍ତୁ ଜାଣିବା ଏହା କେଉଁ ଜୀବ ?

ଏହା କେଉଁ କୀଟ ?

ଏହା ଆପଣଙ୍କୁ ଅଜବ ଲାଗିପାରେ, କିନ୍ତୁ ଏହି ତଥ୍ୟ ଶତପ୍ରତିଶତ ସତ। ଆପଣ ଏହି ପ୍ରାଣୀଙ୍କୁ ଜାଣନ୍ତି ଏବଂ ଆପଣ ଏହାକୁ ମଧ୍ୟ ଦେଖିଛନ୍ତି। ଏହି ପ୍ରାଣୀକୁ ଆମେ ଆମର ରୋଷେଇ ଘର, ଅଫିସ୍, ଫର୍ଣ୍ଣିଚର କିମ୍ବା କାନ୍ଥରେ ଦେଖିଲେ ଚିତ୍କାର କରିଥାଉ। ବିଶେଷକରି ମହିଳା ଏବଂ ପିଲାମାନେ ଏହାକୁ ବହୁତ ଭୟ କରନ୍ତି। ଏହା ମୁଣ୍ଡ ହରାଇବା ପରେ ମଧ୍ୟ ଜୀବିତ ରହିପାରେ ଏବଂ ଯଦି ଆପଣ ଏହାକୁ ଭୟ କରନ୍ତି, ତେବେ ହୁଏତ ଏହାର ଏହି ରୂପ ଦେଖିବା ପରେ ଆପଣ ଆହୁରି ଭୟଭୀତ ହୋଇଯିବେ। ସେ ହେଉଛି କକ୍ରୋଚ୍(Cockroach ) ବା ଅସରପା । ଏହି ସାଧାରଣ କୀଟ ବିଷୟରେ ଏହା ହେଉଛି ଆକର୍ଷଣୀୟ ସତ୍ୟ।

ଏହାର କାରଣ କ’ଣ ?

ଅସରପାର ମୁଣ୍ଡ କାଟିବା ପରେ ମଧ୍ୟ ଏହା ଗୋଟିଏ ସପ୍ତାହ ପାଇଁ ଜୀବିତ ରହିପାରେ ଏବଂ ଏହାର କାରଣ ପ୍ରକୃତିର ଚମତ୍କାର ଏବଂ କକ୍ରୋଚ୍ର ଶରୀରର ବିଜ୍ଞାନ। ପ୍ରକୃତରେ ଏହା କକ୍ରୋଚର ଶରୀରର ଗଠନ ଯୋଗୁଁ ସମ୍ଭବ। ଆପଣଙ୍କୁ କହି ରଖୁଛୁ ଯେ କକ୍ରୋଚର ଶରୀରରେ ଏକ ଖୋଲା ରକ୍ତ ସଞ୍ଚାଳନ (Open Circulatory System) ଅଛି। ଯାହାର ଅର୍ଥ ହେଉଛି କକ୍ରୋଚ୍ ନାକ ଦେଇ ନିଶ୍ୱାସ ନେଇନଥାଏ ବରଂ ଶରୀରରେ ଛୋଟ ଛୋଟ କଣା ଦେଇ ନିଶ୍ୱାସ ନିଏ। ଏହି କାରଣରୁ ମୁଣ୍ଡ କାଟିବା ପରେ ମଧ୍ୟ କକ୍ରୋଚ୍ ନିଶ୍ୱାସ ନେଇଥାଏ।

ଅସରପାର ମୃତ୍ୟୁ କିପରି ହୁଏ ?

ଯଦିଓ ଏକ ଅସରପାର ମୁଣ୍ଡ କାଟି ଦିଆଯାଏ, ତେବେ ଏହା ପ୍ରାୟ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବଞ୍ଚିପାରେ (Cockroach Can Surviv For A Week Without Head), କିନ୍ତୁ ତା’ପରେ ଏହା ମରିଯାଏ। କାରଣ ଅସରପା ତାର ଶରୀରରେ ଥିବା ଛିଦ୍ର ଦେଇ ସିନା ନିଶ୍ୱାସ ନେଇପାରେ, କିନ୍ତୁ ତା’ର ଶରୀରର ଛିଦ୍ର ଦେଇ ପାଣି ପିଇପାରେ ନାହିଁ। ଏପରି ପରିସ୍ଥିତିରେ, ସମୟ ବିତିବା ସହିତ, ସେ ଗୋଟିଏ ଦିନ ଶୋଷ ଯୋଗୁଁ ମରିଯାଏ।