fbpx

ୟୁପିଏସସି ରେଜଲ୍ଟର ଟପ୍୧୦ରେ ଓଡିଶାର ୨

ନୂଆଦିଲ୍ଲୀ,୪ ।୮: ୨୦୧୯ ବର୍ଷର ୟୁପିଏସସି ରେଜଲ୍ଟ ଆଜି ପ୍ରକାଶ ପାଇଛି । ଏଥିରେ ମୋଟ ୮୨୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଦୀପ ସିଂହ ଟପ୍ପ କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଜତିନ କିଶୋର ଓ ତୃତୀୟ ସ୍ଥାନରେ ପ୍ରତିଭା ବର୍ମା ।

ଅନ୍ୟପଟେ ଓଡିଶାର ୨ ଜଣ ମଧ୍ୟ ୟୁପିଏସସି ରେଜଲ୍ଟର ଟପ୍ ୧୦ରେ ରହିଛନ୍ତି । ଓଡିଶାର ଅଭିଷେକ ସରାଫ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ସଞ୍ଚିତା ମହାପାତ୍ର ଦଶମ ସ୍ଥାନରେ ରହିଛନ୍ତି । ତେବେ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ପାଇଁ ୨୦ ଜୁଲାଇରୁ ଇଣ୍ଟରଭ୍ୟୁ ଆରମ୍ଭ ହୋଇଥିଲା ।

୧୨୫ତମ ସ୍ଥାନରେ ଅଛନ୍ତି ଓଡ଼ିଶାର ନବଲ କୁମାର ଦାସ । ୭୧୫ତମ ସ୍ଥାନରେ ଅଛନ୍ତି ଓଡ଼ିଆ ପୁଅ ଓମପ୍ରକାଶ ମହାନ୍ତି ।

ସେହିପରି ୧୦୭ତମ ସ୍ଥାନରେ ଅଂଶୁମାନ ରାଜ, ୧୨୦ତମ ସ୍ଥାନରେ ଅନୁପ ଦାସ, ୧୯୦ତମ ସ୍ଥାନରେ ଶୈଳଜା ଦାସ, ୨୦୨ତମ ସ୍ଥାନରେ ରାହୁଲ ମିଶ୍ର, ୨୨୫ତମ ସ୍ଥାନରେ ହେମା ନାୟକ, ୨୨୯ତମ ସ୍ଥାନରେ ଆରୁଷି ମିଶ୍ର, ୨୯୧ତମ ସ୍ଥାନରେ ଆଶିଷ ଦାସ, ୨୯୪ତମ ସ୍ଥାନରେ ଅଙ୍କିତ ଶଙ୍କର ମିଶ୍ର, ୩୦୦- ସୋନାଲି ମିଶ୍ର, ୩୧୨- ଦିବ୍ୟା ମିଶ୍ର, ୩୬୧- ଅର୍ଘ୍ୟ ପଟ୍ଟନାୟକ , ୩୭୯-ଜୁବିନ ମହାପାତ୍ର, ୪୪୧- ସମୀର କୁମାର ଜେନା, ୫୭୬- ମାନସ ରଞ୍ଜନ ସାହୁ, ୭୧୨- ଶିବମ ମିଶ୍ର,  ୮୧୯ତମ ସ୍ଥାନରେ ଅଛନ୍ତି ବିଭୂତି ଭୂଷଣ ନାୟକ ଅଛନ୍ତି ।

Get real time updates directly on you device, subscribe now.