ଓଡ଼ିଶାରୁ ବଳକା ଚାଉଳ କିଣିବ ଏଫସିଆଇ: ଖାଦ୍ୟ ଯୋଗାଣ ମନ୍ତ୍ରୀ ଦେଲେ ସୂଚନା 

ଭୁବନେଶ୍ୱର: ଓଡ଼ିଶାରେ ସଂଗୃହୀତ ଧାନରୁ ଅମଳ ଚାଉଳ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଦ୍ୱାରା ଉତ୍ତୋଳନ କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟର ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ ପାତ୍ର କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ଆଲୋଚନା ପରେ ଭୁବନେଶ୍ୱରରେ କହିଛନ୍ତି ଯେ, ରାଜ୍ୟର ଉଦ୍ଧୃତ୍ତ ଚାଉଳ ଏଫସିଆଇ ଦ୍ୱାରା ଉତ୍ତୋଳନ କରାଯିବ।

ଚଳିତ ବର୍ଷ ଓଡ଼ିଶା ସରକାର ୯୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିଛନ୍ତି। ଏହାରୁ ୬୫ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହେବ। ରାଜ୍ୟରେ ଚାଉଳର ଆବଶ୍ୟକତା ୨୬ ଲକ୍ଷ ମେଟ୍ରିକ ଟନ ରହିଛି। ତେଣୁ ଅବଶିଷ୍ଟ ୨୪ ଲକ୍ଷ ମେଟ୍ରିକ ଟନ ଚାଉଳ ଉଦ୍ଧୃତ୍ତ ରହିବ।

ମନ୍ତ୍ରୀ ପାତ୍ରଙ୍କ ଅନୁଯାୟୀ, ଏଥର ଏଫସିଆଇ ୧୫ ଲକ୍ଷ ମେଟ୍ରିକ ଟନ ଉଦ୍ଧୃତ୍ତ ଚାଉଳ ଉତ୍ତୋଳନ କରିବ। ଏହି ପଦକ୍ଷେପ ରାଜ୍ୟରେ ଚାଉଳ ସଂଗ୍ରହ ଓ ବଣ୍ଟନ ପ୍ରକ୍ରିୟାକୁ ସୁଗମ କରିବ ଏବଂ ଅତିରିକ୍ତ ଚାଉଳର ସୁପରିଚାଳନା ନିଶ୍ଚିତ କରିବ ବୋଲି ମନ୍ତ୍ରୀ ଆଶା ପଖାଇଛନ୍ତି। ଏହା ରାଜ୍ୟର କୃଷକ ଓ ଖାଦ୍ୟ ବଣ୍ଟନ ବ୍ୟବସ୍ଥା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଜଣାପଡ଼ିଛି।