ସୁନାକୁ ଅନଲାଇନରେ କେମିତି କରିବେ ନିବେଶ, ସବୁଠୁ ଭଲ ଅପ୍ସନ୍ କ’ଣ, ଜାଣନ୍ତୁ ଏହି ଟ୍ରେଣ୍ଡିଙ୍ଗର ଫାଇଦା
ଅନଲାଇନରେ ସୁନାର ନିବେଶ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ନିବେଶକଙ୍କ ପାଇଁ ସୁନା ସର୍ବଦା ସୁରକ୍ଷିତ ବୋଲି କୁହାଯାଇଥାଏ। ହେଲେ ବର୍ତ୍ତମାନ ଏହା ଜରୁରୀ ନୁହେଁ ଯେ, ଆପଣ ସୁନା କିଣି ତାକୁ ନିବେଶ କରିବେ।
ଆଜିକାଲି ଆପଣ ସୁନାରେ ଅନଲାଇନ ନିବେଶ କରିପାରିବେ। ଏହା ଖୁବ ସହଜ, ସୁରକ୍ଷିତ ଏବଂ ସୁବିଧାଜନକ। ଆସନ୍ତୁ ଏହା ଜାଣିବା ଯେ, ଅନଲାଇନ ସୁନାରେ କେମିତି ନିବେଶ କରିବେ।
ସୁନାରେ ଅନଲାଇନ ନିବେଶ କରିବେ କିପରି:
-କୋମୋଡିଟି ବ୍ରୋକର ଚୟନ କରନ୍ତୁ ଏବଂ ଚୟନ କରାଯାଇଥିବା ପ୍ଲାଟଫର୍ମରେ ନିଜର ଟ୍ରେଣ୍ଡିଙ୍ଗ ଏବଂ ଡିମେଟ ଆକାଉଣ୍ଟ କ୍ରିଏଟ କରନ୍ତୁ। ଟ୍ରେଣ୍ଡିଙ୍ଗ ଆରମ୍ଭ କରିବା ପାଇଁ ଏମସିଏକ୍ସ ଭଳି ଏକ୍ସଚେଞ୍ଜର ଚୟନ କରନ୍ତୁ।
-ଏହାପରେ ନିଜର ରିକ୍ସ ଟୋଲେରାନ୍ସ ଏବଂ କ୍ୟାପିଟାଲ ଆଭେଲେବିଲିଟି ଆଧାରରେ ନିଜର ଗୋଲ୍ଡ କମୋଡିଟି କଣ୍ଟ୍ରାକ୍ଟ ପାଇଁ ଲଟ୍ ସାଇଜ ଚୟନ କରନ୍ତୁ।
-ଟ୍ରେଡିଙ୍ଗ ଆରମ୍ଭ କରିବା ପାଇଁ ଆପଣଙ୍କୁ ନିଜର ବ୍ରୋକରେଜ ପାଖରେ ମାର୍ଜିନ ଜମା କରିବାକୁ ପଡ଼ିବ।
-ନିଜର ଅର୍ଡର ଦେବା ପୂର୍ବରୁ ବଜାରର ଗତିବିଧି ଉପରେ ନଜର ଦିଅନ୍ତୁ ଏବଂ ମୂଲ୍ୟ ଉପରେ ନଜର ରଖନ୍ତୁ। ଆପଣ ଗୋଲ୍ଡ ଆପସନ୍ସ ବା ଫ୍ୟୁଚର୍ସରେ ଟ୍ରେଣ୍ଡ କରିବାକୁ ଚାହୁଁଛନ୍ତି ଏବଂ ଆପଣଙ୍କ ଟ୍ରେଡିଂ ରଣନୀତି କଣ, ଏହା ଆଧାରରେ ଅର୍ଡର ଦେଇଛନ୍ତି। ପରେ ଲାଭକୁ ବୃଦ୍ଧି କରିବା ଏବଂ କ୍ଷତିକୁ କମ କରିବା ପାଇଁ ମୂଲ୍ୟରେ କମ-ବେଶୀକୁ ଧ୍ୟାନରେ ରଖି ନିଜର ବଜାର ସ୍ଥିତିର ପ୍ରବନ୍ଧନ କରନ୍ତୁ।